ଐଶ୍ୱର୍ଯ୍ୟାଙ୍କୁ ଇଡି ର ସମନ ପରେ,ଜୟା ବଚ୍ଚନ ଙ୍କ ରାଗ ପଞ୍ଚମ ରେ, ସଂସଦରେ କହିଲେ ..

ଗତ କାଲି ପାନାମା ପେପର ଲିକ୍ ମାମଲାରେ ଏଇ ଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ର ସମନ ଅନୁଯାୟୀ ତାଙ୍କୁ ଦିଲ୍ଲୀସ୍ଥିତ ଇଡି ଅଫିସରେ ସାଢେ ଛ’ଘଣ୍ଟା ଧରି ମାରାଥନ ଜେରା ହୋଇଥିଲା ଇ ତେବେ ଏହି ଘଟଣାକୁ ଶ୍ୱର୍ଯ୍ୟା ରାୟ ବଚ୍ଚନ ଙ୍କ ଶାଶୁ ତଥା ସମାଜ ବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଙ୍କୁ ହଜମ ହୋଇ ନ ଥିଲା କିନ୍ତୁ ଏହି ମାମଲାରେ ସେ ଅଧିକ କିଛି କହି ନଥିଲେ ମଧ୍ୟ ଇଶାରାରେ ମୋଦି ସରକାର ଙ୍କୁ ବହୁତ କିଛି ଶୁଣାଇଛନ୍ତି I ସେ କହିଛନ୍ତି କି ୟୁପି ଡରରେ ଏହି କାମ କରାଯାଉଛି I ଏହା ସହିତ ଆହୁରି ମଧ୍ୟ କହିଛନ୍ତି କି ମୋଦି ସରକାର ର ଖରାପ ଦିନ ଆସୁଛି I ଜୟା ଙ୍କ ସମର୍ଥନ ରେ ମହାରାଷ୍ଟ୍ର ଏନ୍ସିପି ସାଂସଦ ସଞ୍ଜୟ ରାୱତ କହିଛନ୍ତି ଜୟା ଜୀ ସଂସଦରେ ଅଧିକ ପ୍ରଶ୍ନ କରୁଥିବାରୁ ମୋଦି ସରକାର ଜାଣିଶୁଣି ତାଙ୍କ ପିଲାମାନଙ୍କୁ ହଇରାଣ କରୁଛି I ଏ ସମ୍ପର୍କରେ ଜୟା ବଚ୍ଚନ କହିଥିଲ ”ପାଣି ଭିତରେ ଡୁବି ଯାଉଥିବା ନା’ରୁ ପ୍ରଥମେ କିଏ ଡେଇଁ ଥାଏ ?? ୟାଙ୍କ ଅବସ୍ଥା (କେନ୍ଦ୍ର ର )ସେହିଭଳି ହେଲାଣି I ୟୁପି (ନିର୍ବାଚନ) କୁ ଡରି ଏମିତି କାମ କରୁଛନ୍ତି I ସେମାନେ ଲାଲ ଟୋପିକୁ (ଅଖିଲେଶ ଯାଦବ)ଡରି ଯାଇଛନ୍ତି I ଏହି ଲାଲ ଟୋପି ଏମାନଙ୍କୁ କାଠଗଡ଼ାକୁ ଟାଣିବ I
ସୂଚନା ଥାଉ କି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଅଫିସରେ ଗତ କାଲି ଅପରାହ୍ନରେ ଐଶ୍ୱର୍ଯ୍ୟା ରାୟ ଙ୍କୁ ଜେରା ଆରମ୍ଭ କରାଯାଇଥିଲା। ଇଡି ପକ୍ଷରୁ ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (FEMA) ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଐଶ୍ୱର୍ଯ୍ୟାଙ୍କୁ ଜେରା କରାଯାଇଛି।
୨୦୧୬ ମସିହାରେ ୱାଶିଂଟନ୍ ସ୍ଥିତ ଇଣ୍ଟରନ୍ୟାସନାଲ କନ୍ସୋର୍ଟିୟମ୍ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟସ୍ (ଆଇସିଆଇଜେ) ଦ୍ୱାରା ପାନାମା ପେପର ଲିକ ଘଟଣା ସାମ୍ନାକୁ ଅଣାଯାଇଥିଲା। ଏହି ପାନାମା ପେପରରେ ବିଶ୍ୱର ବହୁ ନେତା ଓ ସେଲେବ୍ରିଟିଙ୍କ ନାଁ ରହିଥିଲା। ଏହି ବ୍ୟକ୍ତିମାନେ ବିଦେଶରେ ଥିବା କମ୍ପାନୀରେ ନିଜ ଟଙ୍କାକୁ ଖଟାଇ ଟିକସ ଫାଙ୍କି ଥିବା ଅଭିଯୋଗ ହୋଇଥିଲା।
ପାନାମା ପେପର୍ସ ଲିକ୍ ହେବା ପରେ ୪୨୪ ଜଣ ଭାରତୀୟଙ୍କ ଆକାଉଣ୍ଟ ବିଦେଶୀ ବ୍ୟାଙ୍କରେ ଥିବା ଜଣାପଡ଼ିଥିଲା। ଏମାନଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା, ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ରହିଥିଲା। ଏହି ଘଟଣା ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଘଟଣାର ତଦନ୍ତ ପାଇଁ ଗୋଟିଏ ମଲ୍ଟି ଏଜେନ୍ସି ଗ୍ରୁପ୍ (MAG) ଗଠନ କରିଥିଲେ। ଏହି ଟିମ୍‌ରେ CBDT, RBI, ED ଓ FIUର ସଦସ୍ୟ ରହିଥିଲେ। MAG ସମସ୍ତ ନାଁର ଯାଂଚ କରି କଳା ଟଙ୍କାର ତଦନ୍ତ ପାଇଁ ଗଠିତ SIT ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲା।

Comments (0)
Add Comment