ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଙ୍କ ବଢ଼ିଲା ଅଡୁଆ,ସାଢେ ୬ ଘଣ୍ଟା ଧରି ଇଡି ର ଜେରା

ଆଇନ୍‌ ଜାଲରେ ଫସିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ I ପାନାମା ପେପର ଲିକ ମାମଲାରେ ଐଶ୍ୱର୍ଯ୍ୟା ରାୟ ଙ୍କୁ ଇଡି ସମନ୍‌ କରିଛି । ଏହି ସମନର ଉତ୍ତର ଦେବା ପାଇଁ ଆଜି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦିଲ୍ଲୀ ଇଡି ଅଫିସରେ ହାଜର ହୋଇଛନ୍ତି । ଦିଲ୍ଲୀର ଦିଲ୍ଲୀ ର ଜାମନଗର ହାଉସ ରେ ଏହି ଅଭିନେତ୍ରୀ ଙ୍କୁ ସାଢେ ଛ’ଘଣ୍ଟା ଧରି ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ଏ ନେଇ ପୂର୍ବରୁ ଐଶ୍ବର୍ଯ୍ୟାଙ୍କ ସମନ୍‌ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ ।

ପାନାମା ପେପର୍ସ ମାମଲାରେ ପୂର୍ବରୁ ମଧ୍ୟ ଐଶ୍ବର୍ଯ୍ୟା ରାୟଙ୍କୁ ଦୁଇଥର ପଚରାଉଚରା ପାଇ ଡାକିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ । କିନ୍ତୁ ସେ ନୋଟିସ୍‌କୁ ସ୍ଥଗିତ କରିବା ପାଇଁ ଅପିଲ କରିଥିଲେ । ଗତ ନଭେମ୍ବର ୯ତାରିଖରେ ଐଶ୍ବର୍ଯ୍ୟା ରାୟଙ୍କୁ ନୋଟିସ ଜାରିକରିବା ସହ ୧୫ ଦିନ ମଧ୍ୟରେ ହାଜର ହେବାପାଇଁ କୁହାଯାଇଥିଲା । କିନ୍ତୁ ସେ ବ୍ୟକ୍ତିଗତ ଭାବେ ହାଜର ନହୋଇ ଇମେଲ ଜରିଆରେ ଜବାବ ଦେଇଥିଲେ ।

ସୂଚନାଯୋଗ୍ୟ, ପାନାମା ପେପର୍ସ ଲିକ୍ ମାମଲାରେ ଏକ କମ୍ପାନୀର ଆଇନଗତ ଡକ୍ୟୁମେଣ୍ଟ୍ (ମୋସାକ୍ ଫୋନ୍ସେକା) ଲିକ୍ ହୋଇଥିଲା। ଏହି ଲିକ୍‌ ଘଟଣା ପରେ ୪୨୪ ଜଣ ଭାରତୀୟଙ୍କ ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ସାମ୍ନାକୁ ଆସିଥିଲା। ଏଥିରେ କିଛି ରାଜନେତାଙ୍କ ସମେତ ବଡ ବଡ ଫିଲ୍ମ ଷ୍ଟାରଙ୍କ ନାଁ ମଧ୍ୟ ସାମିଲ ଥିଲା। ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ଏଥିରେ ସାମିଲ ଥିବା ନେଇ ଖୁଲାସା ହୋଇଥିଲା। ଏହା ସହିତ ଦେଶର ପୂର୍ବତନ ସଲିସିଟର ଜେନେରାଲ ଏବଂ ସୁପ୍ରିମକୋର୍ଟର ଆଇନଜୀବୀ ହରିଶ ସାଲଭେ, ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟା, ମୋଷ୍ଟ ଓ୍ବାଣ୍ଟେଡ୍‌ କ୍ରିମିନାଲ ଇକବାଲ୍‌ ମିର୍ଚ୍ଚିର ନାଁ ମଧ୍ୟ ସାମିଲ ଥିଲା ।ଏହି ଘଟଣା କୁ ଜର୍ମାନୀର ଏକ ନ୍ୟୁଜ ପେପରରେ ଗତ ୨୦୧୬ ମସିହା ଏପ୍ରିଲ ୩ ତାରିଖରେ ପ୍ରକାଶ କରିଥିଲା । ଏଥିରେ ଭାରତ ସମେତ ପ୍ରାୟ ୨୦୦ ଦେଶର ରାଜନେତା, ବଡ ବଡ ବ୍ୟବସାୟୀ, ସେଲିବ୍ରିଟିଙ୍କ ନାଁ ସାମିଲ ଥିଲା । ଏଏମାନଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲା ମଧ୍ୟ ରୁଜୁ ହୋଇଥିଲା । ପାନାମା ପେପର୍ସ ଲିକ୍‌ ମାମଲା ସେତେବେଳେ ସାରା ବିଶ୍ବରେ ଚହଳ ପକାଇଥିଲା ।

ଉଲ୍ଲେଖ ଯୋଗ୍ୟ ଯେ, ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ତା’ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ମଲ୍ଟି ଏଜେନ୍ସି ଗ୍ରୁପ୍ (MAG) ଗଠନ କରିଥିଲେ। ଏଥିମଧ୍ୟରେ CBDT, RBI, ED ଏବଂ FIU ସାମିଲ କରାଯାଇଥିଲା। MAG ସମସ୍ତ ନାଁର ଯାଂଚ କରି କଳା ଟଙ୍କାର ତଦନ୍ତ ପାଇଁ ଗଠିତ SIT ଏବଂ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଉଥିଲା।
ପାନାମା ପେପର୍ସ ମାମଲାର ତଦନ୍ତ ସଂପର୍କରେ ଅନେକ ବଡ଼ ବଡ଼ ସେଲେବ୍ରିଟି ଜେରାର ସମ୍ମୁଖୀନ ହୋଇଛନ୍ତି। ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ଏକ ମାସ ପୂର୍ବରୁ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ଏହି ମାମଲରେ ଇଡି ପଚରାଉଚରା କରିଥିଲା

Comments (0)
Add Comment