ପାକିସ୍ତାନକୁ ପୁଣି ଝଟକା; ନିଜ ଏୟାରବେସ୍ ବନ୍ଦ କରି ଅକଳରେ ପାକ୍

ନୂଆଦିଲ୍ଲୀ: ପାକିସ୍ତାନ ଗୁରୁବାର ଦିନ ଭାରତୀୟ ବିମାନ ପାଇଁ ନିଜ ଆକାଶସୀମା ବନ୍ଦ କରିଛି । ଜମ୍ମୁ ଓ କାଶ୍ମୀରର ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତର ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ତାର ଆକାଶମାର୍ଗ ବନ୍ଦ ରଖିଛି । ଏହି ନିଷ୍ପତ୍ତି ଯୋଗୁଁ ଭାରତୀୟ ବିମାନ ସେବା ଉପରେ ବ୍ୟାପକ ପ୍ରଭାବ ପଡ଼ିଛି, ବିଶେଷକରି ଦିଲ୍ଲୀ ଓ ଉତ୍ତର ଭାରତର ଅନ୍ୟ ସହରରୁ ପଶ୍ଚିମ ଦେଶକୁ ଯାଉଥିବା ଅନ୍ତର୍ଜାତୀୟ ଉଡ଼ାଣ । ଏହି ପରିପ୍ରେକ୍ଷୀରେ, ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଡିଜିସିଏ ଏକ ନିର୍ଦ୍ଦେଶନାମା ଜାରି କରି ବିମାନ ସଂସ୍ଥାଗୁଡ଼ିକୁ ଯାତ୍ରୀ ସୁବିଧା ଓ ସୂଚନା ପ୍ରଦାନ ସମ୍ପର୍କରେ ନିର୍ଦ୍ଦେଶ ଦେଇଛି । ପାକିସ୍ତାନର ଏହି ଆକାଶସୀମା ବନ୍ଦ ଯୋଗୁଁ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ସ୍ପାଇସଜେଟ ପରି ବିମାନ ସଂସ୍ଥାଗୁଡ଼ିକୁ ୟୁରୋପ, ଉତ୍ତର ଆମେରିକା, ମଧ୍ୟ ପ୍ରାଚ୍ୟ ଓ ପଶ୍ଚିମ ଏସିଆକୁ ଯାଉଥିବା ଉଡ଼ାଣଗୁଡ଼ିକ ପାଇଁ ବିକଳ୍ପ ମାର୍ଗ ଗ୍ରହଣ କରିବାକୁ ପଡ଼ିଛି ।