ଦିଲ୍ଲୀର ବାୟୁ ପ୍ରଦୂଷଣ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର :ପ୍ରଧାନ ବିଚାରପତି କହିଲେ ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡିବ

ଦିନକୁ ଦିନ ଦିଲ୍ଲୀର ବାୟୁ ପ୍ରଦୂଷଣ ପରିସ୍ଥିତି ସଂଘାତିକ ହେବାରେ ଲାଗିଛି। ଦିଲ୍ଲୀରେ ରେ ବଢ଼ୁଥିବା ମାତ୍ରାଧିକ ପ୍ରଦୂଷଣକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯାଇଛି I ଏ ସମ୍ପର୍କରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ.ଭି ରମଣନା,କହିଛନ୍ତି କେବଳ ଚାଷୀଙ୍କୁ ଦୋଷ ଦେଲେ ଚଳିବନି ଏ ସମ୍ପର୍କରେ ଦିଲ୍ଲୀ ସରକାର ଏଯାଏଁ କଣ ପଦକ୍ଷେପ ନେଇଛନ୍ତି ? ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ପୂର୍ବରୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ।
ଏନ ବି ରମନ୍ନାଙ୍କ କହିବା ମୁତାବକ, ଚାଷୀ ବିଲରେ କୁଟା ଜଳାଇବାରୁ ୪୦ ପ୍ରତିଶତ ପ୍ରଦୂଷଣ ହେଉଥିବାବେଳେ ଏହାର ମୁଖ୍ୟ କାରଣ ହେଉଛନ୍ତି ଖୋଦ୍ ଦିଲ୍ଲୀ ସରକାରଙ୍କ କଟକଣାର ଅଭାବ । ୬୦ ପ୍ରତିଶତ ପ୍ରଦୂଷଣ ବାଣ ଫୁଟାଇବା, ଯାନବାହାନ ଚଳାଚଳ, ନିର୍ମାଣାଧିନ କାର୍ଯ୍ୟକଳାପ ଯୋଗୁଁ ହେଉଛି । ପ୍ରଦୂଷଣ ରୋକିବାକୁ ସରକାର ତକ୍ରାଳ ପଦକ୍ଷେପ ନେବା ସହ ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ୨ ଦିନ ପାଇଁ ଲକଡାଉନ୍ ଘୋଷଣା କରିବାକୁ ଦିଲ୍ଲୀ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଏନେଇ ସରକାରଙ୍କ ସତ୍ୟପାଠ ଦାଖଲ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଥିଲେ। ଗତ ଅକ୍ଟୋବର ୨୮ରେ ଦିଲ୍ଲୀର ୧୭ ବର୍ଷୀୟ ଛାତ୍ର ଆଦିତ୍ୟ ଦୁବେ ଏନେଇ କୋର୍ଟ ଯାଇଥିଲେ। ସେପଟେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣକୁ ରୋକିବା ପାଇଁ ପ୍ରୟାସ କରାଯାଉଛି।

ଯାହା ଜଣା ଯାଇଛି ଆଜି ମଧ୍ୟ ଦିଲ୍ଲୀର ବାୟୁରେ ବିଷ ଅଛି। ପ୍ରାୟ ସମସ୍ତ କ୍ଷେତ୍ରର AQI ଏକ ଉଦ୍ବେଗଜନକ ସ୍ତରରେ ରହିଥାଏ | ଦିଲ୍ଲୀର ହାରାହାରି AQI ମଧ୍ୟ 400 ରୁ ଅଧିକ | ଏହା ବ୍ୟତୀତ, ସମସ୍ତ ପ୍ରମୁଖ ସ୍ଥାନରେ AQI 400 ରୁ 500 ମଧ୍ୟରେ ଅଛି | ନୋଏଡାରେ ଏହାର ସ୍ତର 700 ରୁ ଅଧିକ ଅଟେ | ଏହି ସମୟରେ ପ୍ରଦୂଷଣ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଛି।

Comments (0)
Add Comment