ଏୟାର ମାର୍ଶାଲ ଦିଲୀପ ପଟ୍ଟନାୟକ ପୂର୍ବାଞ୍ଚଳ ଏୟାର କମାଣ୍ଡର ନିଯୁକ୍ତ

ପ୍ରଥମ ଓଡିଆ ଭାବେ ଏୟାର ମାର୍ଶାଲ ଦିଲୀପ ପଟ୍ଟନାୟକ ହେଲେ ପୂର୍ବାଞ୍ଚଳ ଏୟାର କମାଣ୍ଡର I ଜଣେ ଓଡିଆ ଅଫିସର ଙ୍କୁ ମିଳିଛି ଏହି ଗୁରୁ ଦାୟିତ୍ୱ I ଆସନ୍ତାକାଲି ସେ ଦାୟିତ୍ଵ ଗ୍ରହଣ କରିବେ। ଏ ନେଇ ବାୟୁ ସେନା ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ଫାଇଟର ଜେଟ୍ ମିରାଜର ପାଇଲଟ୍‌ ଭାବେ ଦିଲୀପଙ୍କ ଦକ୍ଷତା ରହିଛି। କାରଗିଲ୍ ଯୁଦ୍ଧରେ ଅପୂର୍ବ ସାହସିକତା ପାଇଁ ସେ ବାୟୁସେନା ମେଡାଲ ପାଇଥିଲେ। ୨୦୨୦ରେ ଦିଲୀପଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ମିଳିଥିଲା। କେବଳ ଏତିକି ନୁହେଁ ଏୟାର ମାର୍ଶାଲ ଦିଲୀପଙ୍କ ୨୫୦୦ ଘଣ୍ଟାର ଉଡାଣ ଦକ୍ଷତା ରହିଛି। ତାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବାୟୁସେନା ପକ୍ଷରୁ ଏବେ ତାଙ୍କୁ ପୂର୍ବାଞ୍ଚଳ ଏୟାର କମାଣ୍ଡର ଭାବେ ନିଯୁକ୍ତ ଦିଆଯାଇଛି।
ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ସିଲଙ୍ଗରେ ନିଯୁକ୍ତ ଦିଆଯାଇଛି। ବର୍ତ୍ତମାନ ସେ ସେଣ୍ଟ୍ରାଲ ଏୟାର କମାଣ୍ଡରରେ ସିନିୟର ଏୟାର ଷ୍ଟାଫ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି।

Comments (0)
Add Comment