ଏୟାର ଇଣ୍ଡିଆର ନୂଆ ଫର୍ମୁଲା: ‘ଅନଫିଟ୍’ କ୍ୟାବିନ କ୍ରୁଙ୍କ ପାଇଁ ବଢ଼ିଲା ଅଡୁଆ, କଟିପାରେ ମାସିକ ଦରମା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ସଦସ୍ୟଙ୍କ ପାଇଁ ଏକ କଠୋର ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ନୀତି ଆଣିବାକୁ ଯାଉଛି। ଏହି ନୂଆ ନିୟମ କ୍ୟାବିନ କ୍ରୁଙ୍କ ଡ୍ୟୁଟି ଚାର୍ଟ ଏବଂ ଦରମାକୁ ସିଧାସଳଖ ପ୍ରଭାବିତ କରିବ। ଆସନ୍ତା ମେ ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବାକୁ ଥିବାବେଳେ, ଏଥିରେ ଫିଟନେସ୍ ପରୀକ୍ଷା ସହ ବଡି ମାସ ଇଣ୍ଡେକ୍ସ (BMI) କୁ ପ୍ରାଧାନ୍ୟ ଦିଆଯାଇଛି। ଯଦି କୌଣସି କ୍ରୁ ସଦସ୍ୟଙ୍କ BMI ନିର୍ଦ୍ଧାରିତ ସୀମା ବାହାରେ ରହେ, ତେବେ ସେମାନଙ୍କୁ ଡ୍ୟୁଟିରୁ ବାଦ୍ ଦିଆଯିବା ସହ ଦରମା କଟାଯିବାର ମଧ୍ୟ ବ୍ୟବସ୍ଥା ରହିଛି। ନୂଆ ନୀତି ଅନୁଯାୟୀ, ୧୮ ରୁ ୨୪.୯ ମଧ୍ୟରେ BMI ରହିଲେ ତାହାକୁ ‘ସାଧାରଣ’ ବୋଲି ଧରାଯିବ। ସେହିପରି ୧୮ ରୁ କମ୍ BMI ଥିବା କର୍ମଚାରୀଙ୍କୁ ‘ଅଣ୍ଡରୱେଟ୍’ ବା କମ୍ ଓଜନ ଶ୍ରେଣୀଭୁକ୍ତ କରାଯିବ। ଏହି ନିୟମ ପୁରୁଣା କର୍ମଚାରୀଙ୍କ ସମେତ ବର୍ତ୍ତମାନ ତାଲିମ ନେଉଥିବା ନୂଆ କ୍ରୁ ସଦସ୍ୟଙ୍କ ପାଇଁ ମଧ୍ୟ ଲାଗୁ ହେବ।

Air India's new formula: Odds grow for 'unfit' cabin crew