ଏୟାର ଇଣ୍ଡିଆ ର ନୂତନ ଅଭିଯାନ ଆରମ୍ଭ

୬୯ ବର୍ଷ ପରେ ଏୟାର ଇଣ୍ଡିଆ ପୁଣି ଥରେ ଏହାର ପ୍ରତିଷ୍ଠାତା ଟାଟା ଗ୍ରୁପ୍ ନିକଟକୁ ଫେରିଛି । ୨୦୨୨ ମସିହା ଜାନୁଆରୀ ୨୭ ତରିଖରେ ଏୟାର ଇଣ୍ଡିଆର ସମସ୍ତ ଦାୟିତ୍ୱ ଟାଟା ସନ୍ସ ହାତକୁ ପ୍ରଦାନ କରାଯାଇଛି । ବିଦ୍ଧିବଦ୍ଧ ଭାବରେ ରହିଥିବା ଦସ୍ତାବିଜ ହସ୍ତାନ୍ତର ସହ କାର୍ଯ୍ୟଭାର ପାଇଛି ଟାଟା । ୨୦୨୧ ମସିହା ଅକ୍ଟୋବର ୮ ତାରିଖରେ ଭାରତ ସରକାର ଏୟାରଇଣ୍ଡିଆ ବିମାନ ସେବାକୁ ୧୮ ହଜାର କୋଟିରେ ବିକ୍ରି କରିଥିଲେ । ଏହି ମାଲିକାନା ବିକ୍ରି ପରେ ଟାଟା ଏାୟାରଇଣ୍ଡିଆରେ କେତେ ମାତ୍ରାରେ , କେଉଁ କେଉଁ ପରିବର୍ତନ ଆଣିବ ତାହା ଉପରେ ନଜର ରହିଛି । ଏହାରି ଭିତରେ ଯେଉଁମାନେ ଶୁକ୍ରବାର ଦିନ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବେ, ସେମାନେ ଆଜି ଟାଟା ଗ୍ରୁପ୍ ଅଧିଗ୍ରହଣ ବିଷୟରେ ଘୋଷଣା ଶୁଣିବେ । ଏକ ସରକାରୀ ଆଦେଶରେ, ବିମାନର ପାଇଲଟମାନଙ୍କୁ ଶୁକ୍ରବାର ପ୍ରତ୍ୟେକ ବିମାନରେ ଏହି ଘୋଷଣା କରିବାକୁ କୁହାଯାଇଛି । ଆଦେଶ ଅନୁଯାୟୀ, କ୍ୟାପଟେନ କହିବେ “ପ୍ରିୟ ଅତିଥି, ମୁଁ ତୁମର କ୍ୟାପଟେନ କଥାବାର୍ତ୍ତା କରୁଛି । ଏହି ଐତିହାସିକ ବିମାନକୁ ସ୍ୱାଗତ । ଆଜି ସାତ ଦଶନ୍ଧି ପରେ ଏୟାର ଇଣ୍ଡିଆ ଆନୁଷ୍ଠାନିକ ଭାବରେ ଟାଟା ଗ୍ରୁପର ଏକ ଅଂଶ ହୋଇପାରିଛି । ଆମେ ଏହି ବିମାନରେ ଅଛୁ ଏବଂ ଏୟାର ଇଣ୍ଡିଆ ତାର ପ୍ରତ୍ୟେକ ଉଡ଼ାଣରେ ନୂତନ ପ୍ରତିବଦ୍ଧତା ଏବଂ ଉତ୍ସାହ ସହିତ ଆମେ ଆପଣଙ୍କ ସେବା କରିବାକୁ ଅପେକ୍ଷା କରିଛୁ । ଆମେ ଆଶା କରୁଛୁ ଆପଣ ଏହି ଯାତ୍ରାକୁ ଉପଭୋଗ କରିବେ । ଧନ୍ୟବାଦ I
ଯାତ୍ରୀଙ୍କୁ ଗ୍ରାହକ ନୁହଁ ବରଂ ଅତିଥୀ ଭାବରେ ସେବା ଯୋଗାଇବାକୁ ଆରମ୍ଭରୁ ରୋକଠୋକ୍ ନୀତି ସ୍ପଷ୍ଟ କରିଛି ଟାଟା ଗ୍ରୁପ୍ । ଏୟାରଇଣ୍ଡିଆ କର୍ମଚାରୀଙ୍କୁ ସ୍ମାର୍ଟ ହେବାକୁ କୁହାଯାଇଛି । ସ୍ମାର୍ଟ ପୋଷାକ ପିନ୍ଧିବେ କ୍ରିଉ ମେଂବର । ଯାତ୍ରୀଙ୍କ ପ୍ରତି ଅତିଥୀ ପରି ସଂବୋଧନ ପରି ବ୍ୟବହାର ହେବ । ଉଡାଣର ୧୦ ମିନିଟ୍ ଆଗରୁ ବିମାନର ଫାଟକ ବନ୍ଦ ପାଇଁ ଯୋଜନା କରାଯାଇଛି । ଏୟାରଇଣ୍ଡିଆରେ ଦିଆଯାଉଥିବା ଖାଦ୍ୟର ମାନ ବୃଦ୍ଧି ହେବ । ଏପରି କିଛି ପ୍ରାରମ୍ଭିକ ପରିବର୍ତନ ବଳରେ ଟାଟା ଗ୍ରୁପ୍ ମହାରାଜାର ହଜି ଯାଇଥିବା ଗୌରବକୁ ଫେରାଇ ଆଣିବାକୁ ଉଦ୍ୟମ କରିଛି ।

Comments (0)
Add Comment