ଭୁବନେଶ୍ୱରରେ ଏୟାର ଏସିଆ ବିମାନର ଜରୁରୀକାଳୀନ ଅବତରଣ

ଭୁବନେଶ୍ୱରରେ ବିମାନ ବନ୍ଦରରେ ଏୟାର ଏସିଆ ବିମାନର ର ଜରୁରୀକାଳୀନ ଅବତରଣ। ବେଙ୍ଗାଲୁରୁରୁ ଯାତ୍ରୀଙ୍କୁ ନେଇ କୋଲକାତା ଅଭିମୁଖେ ଉଡାଣ ଭରିଥିବା ଏୟାର ଏସିଆ ର ଏହି ବିମାନଜଣେ ଜଣେ ଯାତ୍ରୀ ହଠାତ ଅସୁସ୍ଥ ହୋଇପଡିଥିଲେ I ହାପରେ ପାଇଲଟ୍‌ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହିକ୍ରମରେ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ଯାତ୍ରୀଙ୍କ ନାମ ତୈମୁର ଅଲ୍ଲୀ ଖାନ୍ ।