ସରକାରୀ ବ୍ୟବସ୍ଥାରେ AI ର ଉପୋଯୋଗୀତାକୁ ନେଇ ଆଲୋଚନା

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ଲୋକସଭା କନଭେନ୍ସନ ହଲରେ ଭୁବନେଶ୍ୱର ରିଜୋନାଲ AI Impact summit ୨୦୨୫ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭରଚୁଆଲି ଯୋଗଦେଇ ଥିଲେ । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଏହି ସମିଟରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆଜି ଏବଂ ଆସନ୍ତା କାଲି ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ଏଆଇର ଭୂମିକା,ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀ ମାନେ AI ବ୍ୟବହାରକୁ କିଭଳି ସଫଳ ରୂପାୟନ କରିପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଛି । ଡିଜିଟାଲ ଇଣ୍ଡିଆ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରୟାସ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଆଗକୁ ବଢୁଥିବା ନେଇ କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତିନି ସୁତ୍ର ପିପୁଲ, ପ୍ଲାନେଟ,ପ୍ରୋଗ୍ରେସ ଓ ୭ ଚକ୍ରକୁ ନେଇ ଆଲୋଚନା ହୋଇଥିଲା AI ସମ୍ମିଳନୀରେ । ଓଡିଶା ଏଆଇ ମିଶନ ପୋର୍ଟାଲ ଆଜି ଲଞ୍ଚ ହୋଇଛି । ଶାସନ ଏବଂ ନାଗରିକ ସେବା ପାଇଁ ଏଆଇ ଆପର ମୂଳ ଉଦ୍ଦେଶ୍ୟ । AI କୁ କିପରି ସରକାରୀ ବ୍ୟବସ୍ଥାରେ ଉପଯୋଗ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି । ଶିକ୍ଷା,ସ୍ବାସ୍ଥ୍ୟ,ବିପର୍ଯ୍ୟୟ ପରିଚାଳନା ବିଭାଗ ,ମହିଳା ଓ ଶିଶୁ ବିକାଶ ବିଭାଗ ଓ ସଂସଦୀୟ ବ୍ୟପାର ବିଭାଗରେ AI ଉପଯୋଗ ଉପରେ ଫୋକସ୍ କରାଯାଉଛି। ସୁଭଦ୍ରା ପୋର୍ଟାଲ ହେଉ ବା କୃଷି ସଵସିଡ଼ିରେ AI ର ବ୍ୟବହାର କରାଯାଉଛି । ଆଗକୁ ୪୧ ବିଭାଗରେ AI ଉପଯୋଗ ହେବ। ଲୋକାଭିମୁଖୀ ଯୋଜନା ର ସଫଳ ରୂପାୟନ ପାଇଁ AI ବ୍ୟବହାର କରାଯିବ। ଓଡିଆ ଭାଷା କୁ AI ରେ ଆଣିବାକୁ ବ୍ୟବସ୍ଥା କରାଯିବ। ଭାଷାଦାନ କାର୍ଯ୍ୟକ୍ରମ କରାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ଓଡ଼ିଶା ଏଆଇ ମିଶନ ପାଇଁ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ବଜେଟ ଘୋଷଣା କରିଛନ୍ତି ।