ଅହମ୍ମଦାବାଦ: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବେଳେ ନିୟନ୍ତ୍ରଣ ହରାଇଲେ ୩ ହାତୀ, ଦଳାଚକଟାରେ ୪ ଆହତ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ୧୪୮ ତମ ଜଗନ୍ନାଥ ରଥଯାତ୍ରା ଚାଲିଛି। ଏହି ସମୟରେ ଏକ ହାତୀ ନିୟନ୍ତ୍ରଣ ହରାଇଛି। ଡିଜେର ଜୋରଦାର ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏଠାକୁ ସେଠାକୁ ଦୌଡ଼ିବାକୁ ଲାଗିଛି ଏବଂ ଆଖପାଖ ଲୋକଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ତଥାପି ଶେଷରେ ମାହୁତମାନେ ହାତୀଟିକୁ ନିୟନ୍ତ୍ରଣକୁ ନିଏଛନ୍ତି। ପବିତ୍ର ରଥ ଯାତ୍ରାରେ ହଜାର ହଜାର ଭକ୍ତ ଏକାଠି ହୋଇଛନ୍ତି। ଏହି ସମୟରେ ତିନୋଟି ହାତୀ ନିୟନ୍ତ୍ରଣ ହରାଇବାରୁ ଭିଡ଼ରେ ଉପସ୍ଥିତ ଲୋକମାନେ ମଧ୍ୟ ଏଠାକୁ ସେଠାକୁ ଦୌଡ଼ିବାକୁ ଲାଗିଥିଲେ। ଯାହାଫଳରେ ଦଳାଚକଟାରେ ୩/୪ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡିଛି। ୧୫ ମିନିଟ୍ ବିରତି ପରେ ହାତୀମାଙ୍କୁ ରାସ୍ତାରୁ ମୁଖ୍ୟ ରାସ୍ତାକୁ ଅଣାଯାଇଥିଲା ଏବଂ ସେମାନଙ୍କୁ ନିୟନ୍ତ୍ରଣ କରିବା ପରେ ରଥଯାତ୍ରା ପୁନରାରମ୍ଭ କରାଯାଇଥିଲା।

Ahmedabad: 3 elephants lose control during Lord Jagannath's Rath Yatra