କୃଷି ଆନ୍ଦୋଳନ କାରୀ ମାନେ ରାସ୍ତା ଅବରୋଧ କରିପାରିବେ ନାହିଁ : ସୁପ୍ରିମକୋର୍ଟ

କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ଦୀର୍ଘ ଦିନ ଧରି ଦିଲ୍ଲୀ ସୀମାରେ କିଛି କୃଷକଙ୍କ ବିରୋଧ ଜାରି ରହିଛି। କୃଷକ ସଂଗଠନ ଗୁଡିକ ହରିୟାଣା ଏବଂ ୟୁପି ସୀମାରେ ଥିବା ରାସ୍ତା କୁ ଜାମ କରି ରଖିଛନ୍ତି। ଯାହା ଫଳରେ ଅନେକ ସ୍ଥାନରେ ରାସ୍ତା ବନ୍ଦ କିମ୍ବା ଡାଇଭର୍ଟ କରିବାକୁ ପଡ଼ୁଛି।
ଆଜି ଏହି ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣିକରି ସୁପ୍ରିମକୋର୍ଟ ସରକାରଙ୍କୁ ଏହି ସମସ୍ୟାର ଶୀଘ୍ର ସମାଧାନ କରିବାକୁ କହିଛନ୍ତି। ରାସ୍ତା ଅବରୋଧ କାରଣରୁ ଏହି ସମସ୍ୟା ପରେ ନୋଏଡାର ଜଣେ ବାସିନ୍ଦା, ଚାଷୀଙ୍କ ଆନ୍ଦୋଳନ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଆମେ ରାଜ୍ୟ ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟ୍ ଦେଖିଛୁ, ଆପଣ କାହିଁକି ସମାଧାନ କରିପାରିବେ ନାହିଁ।
ସେମାନଙ୍କର ବିରୋଧ କରିବାର ଅଧିକାର ଅଛି କିନ୍ତୁ ଟ୍ରାଫିକରେ ବାଧା ସୃଷ୍ଟି କରି ପାରିବ ନାହିଁ। କୋର୍ଟ କହିଛନ୍ତି ଯେ ଖୁବ ଶୀଘ୍ର କେନ୍ଦ୍ର ସରକାକାରଙ୍କୁ ଏହାର ସମାଧାନର ରାସ୍ତା ଖୋଜିବାକୁ ପଡ଼ିବ। ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ଅନୁପସ୍ଥିତି ଯୋଗୁଁ ଆଜି ଏହି ମାମଲାର ଶୁଣାଣି ସ୍ଥଗିତ ରଖାଯାଇଛି ଏବଂ ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି 20 ସେପ୍ଟେମ୍ବରରେ ହେବ। ଅନେକ ସ୍ଥାନରେ ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଲୋକେ ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି। କୃଷି ଆନ୍ଦୋଳନ ଯୋଗୁଁ ପଞ୍ଜାବ ଓ ହରିୟାଣା ଦେଇ ଯାଉଥିବା ୧୯ ଟି ଟ୍ରେନ ର ଗତିପଥ ବଦଳା ଯାଇଛି I

Comments (0)
Add Comment