ତୁର୍କୀରେ ଥମୁନି ଭୂକମ୍ପର ତାଣ୍ଡବ

ତୁର୍କୀରେ ଥମୁନି ଭୂକମ୍ପର ତାଣ୍ଡବ । ପୁଣି ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି ତୁର୍କାରେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ମପାଯାଇଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୁକମ୍ପ କେନ୍ଦ୍ର କହିଛି ତୁର୍କୀ ଓ ସିରିଆର ସୀମାରେ ୨ କିଲୋମିଟିର ଗଭିରତାରେ ୬.୩ ତୀବ୍ରତାର ଭୂକମ୍ପ ଆସିଛି । ତୁର୍କୀର ଦକ୍ଷିଣରେ ହାଟେରେ ସୋମବାର ୨ଥର ଭୂକମ୍ପର ଝଟକା ଅନୁଭୁତ ହୋଇଥିଲା ।

ତୁର୍କୀର ଗୃହମନ୍ତ୍ରୀ ସୁଲେମାନ ସୋୟଲୁ କହିଛନ୍ତି, ସୋମବାର ଆସିଥିବା ଭୂକମ୍ପରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୨୧୩ ଜଣ ଆହତ ହୋଇଛନ୍ତି । ଭୂକମ୍ପ ଅନୁଭୁତ ହେବା ପରେ ଲୋକେ ଭୟରେ ଘର ବାହାରକୁ ପଳାଇ ଆସିଥିବା ବେଳେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା । ତାଜା ଭୂକମ୍ପରେ ଅନେକ କୋଠା ଭାଙ୍ଗି ଯାଇଛି ।

ତେବେ ଏପରି ତୁର୍କୀର ବିପର୍ଯ୍ୟକୁ ନେଇ ସାଧାରଣ ଜନତା ଚିନ୍ତାରେ ।