ସଲମାନ ଖୁର୍ସିଦଙ୍କ ବିବାଦୀୟ ପୁସ୍ତକ ରଚନା ପରେ ଘର ଉପରକୁ ପଥରମାଡ଼, ପୋଡାଜଳା, କୋର୍ଟରେ ହେଲା କେଶ ଦାୟର

କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦଙ୍କ ଘର ଉପରେ ଆକ୍ରମଣ। ସଲମାନ ଖୁର୍ସିଦ ଙ୍କ ଦ୍ୱାରା ଅଯୋଧ୍ୟା ଉପରେ ଲେଖାଯାଇଥିବା ‘ସୂର୍ଯ୍ୟୋଦୟ ଉପରେ ଅଯୋଧ୍ୟା’ ପୁସ୍ତକ ଉପରେ ଉତକ୍ଷିପ୍ତ ହୋଇ ଉଠିଛନ୍ତି ହିନ୍ଦୁସଙ୍ଗଠନ ।ସଲମାନ ଖୁର୍ସିଦଙ୍କ ବିବାଦୀୟ ପୁସ୍ତକକୁ ନେଇ ଖୁର୍ସିଦ କ୍ରମାଗତ ବିରୋଧର ସମ୍ମୁଖୀନ ହେଉଛନ୍ତି। ନୈନିତାଲ ସ୍ଥିତ ତାଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ ପଥର ମାଡ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏପରିକି ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। ଘରର କବାଟ, ଝରକା ସବୁ ଜଳି ପୋଡି ଯାଇଛି। ଏନେଇ ଫେସ୍‌ବୁକ୍‌ ଜରିଆରେ ନିଜେ ସଲମାନ ଖୁର୍ସିଦ ସୂଚନା ଦେଇଛନ୍ତି। କୁହାଯାଉଛି ଯେ, ଦୁର୍ବୃତ୍ତମାନେ ହାତରେ ବିଜେପି ପତାକା ଧରିବା ସହ ସାମ୍ପ୍ରଦାୟିକା ନାରାବାଜି ଦେଇଥିଲେ।

ସୂଚନାନୁସାରେ କଂଗ୍ରେସ ର ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ରଚିତ ପୁସ୍ତକରେ ହିନ୍ଦୁତ୍ୱକୁ ଆତଙ୍କବାଦୀ ସଂଗଠନ ଆଇଏସ୍ ଏବଂ ବୋକୋ ହରାମ ସହିତ ତୁଳନା କରିବା ସହିତ ହିନ୍ଦୁତ୍ୱର ରାଜନୀତିକୁ ଭୟଙ୍କର ବୋଲି କହିଥିଲେ। ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ତାଙ୍କ ପୁସ୍ତକ ବାହାରିବା ଦିନଠାରୁ ରାଜନୈତିକ ସ୍ତରରେ ବିବାଦ ଘନେଇଛି ଇ ଏବଂ କ୍ରମେ ବଢି ଚାଲିଛି I

ଶନିବାର ଶାହଜହାଁପୁରରେ ଭିଏଚ୍‌ପିର କର୍ମୀମାନେ ସଲମାନ ଖୁର୍ସିଦଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏଥିସହ ବିଶ୍ୱ ହିନ୍ଦୁ ପରିଷଦ ଏହି ବରିଷ୍ଠ କଂଗ୍ରେସ ନେତାଙ୍କ ଜିଭ କାଟି ଦେବାକୁ ଧମକ ମଧ୍ୟ ଦେଇଥିଲା। ଏଭଳି ଲୋକଙ୍କୁ ପାକିସ୍ତାନ ପଠାଇ ଦେବା ଉଚିତ ବୋଲି ଭିଏଚ୍‌ପି କହିଥିଲା।

ସେପଟେ ଦୁଇ ଦିନ ତଳେ ତାଙ୍କ ବହିକୁ ନେଇ ଉଠିଥିବା ବିବାଦ ବାବଦରେ ସଲମାନ ସଫେଇ ରଖିଥିଲେ। ସେ କେବେ ବି ହିନ୍ଦୁତ୍ୱର ତୁଳନା ଆତଙ୍କବାଦୀ ସଙ୍ଗଠନ ସହ କରିନାହାନ୍ତି। ତାଙ୍କ କହିବା ଅର୍ଥ ବିଜେପି ସମର୍ଥକମାନେ ଧର୍ମର ଦୁରୁପୋଯୋଗ କରୁଛନ୍ତି। ଯେଉଁମାନେ ଇସଲାମର ଅପବ୍ୟବହାର କରୁଛନ୍ତି ସେମାନେ ମଧ୍ୟ ତାଙ୍କ ଭଳି। ମୁଁ ହିନ୍ଦୁ ଧର୍ମକୁ ପ୍ରଶଂସା କରେ। ଯେଉଁମାନେ ହିନ୍ଦୁ ଧର୍ମର ଅପପ୍ରଚାର କରୁଛନ୍ତି ତାକୁ ନେଇ ମୋର ଆପତ୍ତି ରହିଛି ବୋଲି ସେ କହିଥିଲେ
ହାଇକୋର୍ଟରେ ପିଟିସନ ଦାଖଲ କରାଯାଇଛି
ହିନ୍ଦୁତ୍ୱ ଉପରେ ହୋଇଥିବା ଅଭିଯୋଗ ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁରସିଦଙ୍କ ପୁସ୍ତକ ପ୍ରକାଶନ, ପ୍ରସାର ତଥା ବିକ୍ରୟ ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଶନିବାର ଏକ ପିଟିସନ ମଧ୍ୟ ଦାଖଲ କରାଯାଇଛି। ଆଡଭୋକେଟ୍ ରାଜ କିଶୋର ଚୌଧୁରୀ ଙ୍କ ମାଧ୍ୟମରେ ଆଡଭୋକେଟ୍ ଭିନେଟ ଜିନ୍ଦଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି ଯେ ଖୁରସିଦଙ୍କ ନିକଟରେ ପ୍ରକାଶିତ ପୁସ୍ତକ ”ସୂର୍ଯ୍ୟୋଦୟ ଉପରେ ଅଯୋଧ୍ୟା’ରେ ହିନ୍ଦୁତ୍ୱକୁ ଆଇଏସ୍ ଏବଂ ବୋକୋ ହରାମ ଭଳି ମୌଳବାଦୀ ଜିହାଦି ଗୋଷ୍ଠୀ ସହିତ ତୁଳନା କରିଯାଇଛି ।

Comments (0)
Add Comment