ଏନଡିଏ ବୈଠକ ପରେ ଆଜି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିପାରନ୍ତି। ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ପିଏମ ମୋଦୀ ସରକାର ଗଠନ ପାଇଁ ସମର୍ଥନ ପତ୍ର ରାଷ୍ଟ୍ରପତି ମୁର୍ମୁଙ୍କୁ ଦେଇପାରନ୍ତି। ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଦିନ ସଂସଦ ଗୃହରେ ଏନଡିଏ ସାଂସଦଙ୍କ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ଦଳର ସଭାପତି ଉପସ୍ଥିତ ରହିବେ। ଏହି ସମୟରେ ରାଜନୈତିକ ମହଲରେ କଳ୍ପନାଜଳ୍ପନା କରାଯାଉଛି ଯେ, ଏଥର ନୂତନ ସରକାରଙ୍କ ଚେହେରା ବଦଳିପାରେ। କାରଣ ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ବିଜେପି ୨୭୨ ର ମ୍ୟାଜିକ ସଂଖ୍ୟାର ପଛରେ ରହିଛି। ଏହି କାରଣରୁ ବିଜେପିକୁ ଏନଡିଏରେ ଅନ୍ତର୍ଭୁକ୍ତ ଅନ୍ୟ ଦଳ ଉପରେ ନିର୍ଭର କରିବାକୁ ପଡ଼ିବ।

After the NDA meeting
Comments (0)
Add Comment