ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ,୬ମାସ ମଧ୍ୟରେ ହେବ ଉପ ନିର୍ବାଚନ :ବାଚସ୍ପତି

ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଙ୍କ ପରଲୋକ ପରେ ବିଧାନସଭା ନିର୍ବାଚନ କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଙ୍କ ପକ୍ଷରୁ ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାୟକ କିଶୋର ମହାନ୍ତି ଙ୍କ ପରଲୋକ ପରେ ନିର୍ବାଚନ କମିଶନ ଙ୍କୁ ସୂଚନା ଦିଆଯାଇଥିଲା ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ନିୟମ ଅନୁସାରେ ୬ ମାସ ମଧ୍ୟରେ ଉପ ନିର୍ବାଚନ ହେବ । ସେ ଝାରସୁଗୁଡାରୁ ୩ ଥର ଓ ବ୍ରଜରାଜନଗରରୁ ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଥରେ ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହୋଇଥିଲା । ନିଜ କାର୍ଯ୍ୟାଳୟରେ ବସିଥିବା ବେଳେ ହୃଦଘାତରେ ପ୍ରାଣ ହରାଇଥିଲେ କିଶୋର । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ।
୨୦୦୭ ରୁ ୨୦୦୯ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଦାୟିତ୍ବ ମଧ୍ୟ ତୁଲାଇଥିଲେ । ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ସରକାରୀ ଦଳ ମୁଖ୍ୟ ସଚେତକ ମଧ୍ୟ ଥିଲେ । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ତୁଲାଇଥିଲେ ।

Comments (0)
Add Comment