ଦେଶର କିମ୍ବଦନ୍ତୀ ସ୍ପିନର ଥିବା ହରଭଜନ ସିଂ ଆକା ଭଜୀ ଅନ୍ତର୍ଜାତୀୟ କ୍ରିକେଟକୁ ଅବସର ଘୋଷଣା କରିଛନ୍ତି। ସେ ବର୍ତ୍ତମାନ ଜୀବନରେ ଏକ ନୂତନ ଭୂମିକା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି I ରାଜନୀତିରେ ଯୋଗଦେବାର ସମ୍ଭାବନା ଏଥିରେ ଅନ୍ତର୍ଭୁକ୍ତ I
ତେବେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିବା ପରେ ଭଜ୍ଜି ଏବେ ଏକ ବଡ ବୟାନ ଦେଇଛନ୍ତି । ଏହି ବୟାନରେ ସେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ କିଛି ମନ୍ତବ୍ୟ ରଖିବା ସହିତ, ତାଙ୍କୁ ଦଳରୁ କାହିଁକି ବାହାର କରାଯାଇଥିଲା ସେ ନେଇ ମଧ୍ୟ ମତ ରଖିଛନ୍ତି ।
ଏକ ଜାତୀୟ ସ୍ତରର ଘରୋଇ ଚାନେଲକୁ ନିଜର ସାକ୍ଷାତ୍କାର ଦେଇ ହରଭଜନ କହିଛନ୍ତି, ମୋତେ ଯେତେବେଳେ ୩୧ ବର୍ଷ ହୋଇଥିଲା ସେତେବେଳକୁ ମୁଁ ଟେଷ୍ଟରେ ୪୦୦ ୱିକେଟ୍ ନେଇସାରିଥିଲି । ଯଦି ମୁଁ ଏତେ କମ୍ ବର୍ଷରେ ୩୦୦ ୱିକେଟ୍ ନେଇସାରିଥିଲି, ତେବେ ଆଗାମୀ ୮ରୁ ୯ ବର୍ଷ ଭିତରେ ମୁଁ ଆଉ ୧୦୦ରୁ ଅଧିକ ୱିକେଟ୍ ନେଇପାରିଥାନ୍ତି । ହେଲେ ଏହାପରେ ମୋତେ ଆଉ ଖେଳିବାକୁ ସୁଯୋଗ ଦିଆଯାଇନଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋତେ ଦଳରେ ଚୟନ ମଧ୍ୟ କରାଯାଇନଥିଲା ବୋଲି ହରଭଜନ ଏହି ଇଣ୍ଟରଭ୍ୟୁରେ କହିଛନ୍ତି । ଏହା ଛାଡ ସେ କହିଛନ୍ତି କି ଯଦି ଆପଣ ଗୋଟିଏ ଦିନରେ ୱିକେଟ୍ ନେଇଛନ୍ତି ଆଉ ତା ପରଦିନ ଆପଣଙ୍କୁ ଡ୍ରପ କରାଯାଏ ,ତେବେ ଆପଣଙ୍କୁ କେମିତି ଲାଗିବ I ମୁ ନିଜ ଇଛାରୁ କ୍ରିକେଟ ଛାଡି ନ ଥିଲି ,ମୋତେ ସାଇଡ କରି ଦିଆଯାଇଥିଲା ,ମୋତେ ଅଣଦେଖା କରାଯାଇଥିଲା ଏ ପରିକି ଚୟନକର୍ତ୍ତାଙ୍କ ଠାରୁ ମୁ କୌଣସି ଉତ୍ତର ମଧ୍ୟ ପାଇ ନ ଥିଲି କି ମୋତେ କାହିଁକି ବାହାର କରାଗଲା I ଜଣେ ବରିଷ୍ଠ ଖେଳାଳି ଙ୍କୁ ବିନା କାରଣରେ ବାହାର କରିଥିବାରୁ ,ହୁଏତ କେବେ ତାଙ୍କୁ ଅନୁଭବ ହେଇପାରେ I ଭଗବାନ ଉପରେ ଅଛନ୍ତି ସେ ନିଶ୍ଚୟ ନ୍ୟାୟ ଦେବେ I ଜୀବନ ଖାଲି କ୍ରିକେଟ ନୁହେଁ ,ଜୀବନ ଏକ ଲମ୍ବା ରେସ I