ମୋଦିଙ୍କ ଭାଷଣ ଶୁଣି ଏକ୍ସରେ ପରିବର୍ତ୍ତନ ହେଉଛି ବାୟୋ; ଲେଖୁଛନ୍ତି ଏପରି…

ହାଇଦ୍ରାବାଦ: 2024 ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ସରକାରର ଅନେକ ମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ X ରେ ନିଜର ପ୍ରୋଫାଇଲ୍ ପରିବର୍ତ୍ତନ କରିଛନ୍ତି। ସମସ୍ତେ ନିଜ ନାମ ସାମ୍ନାରେ ‘ମୋଦୀ କା ପରିବାର’ ଅର୍ଥାତ ‘ମୋଦିଙ୍କ ପରିବାର’ ବୋଲି ଉଲ୍ଲେଖ କରିଛନ୍ତି l

ସୂଚନାଯୋଗ୍ୟ ଯେ 2019 ମସିହାରେ ମଧ୍ୟ ଲୋକସଭା ନିର୍ବାଚନ ପୂର୍ବରୁ ସମସ୍ତ ନେତା ସେମାନଙ୍କ ନାମ ଆଗରେ ‘ମୈ ଭି ଚୌକିଦାର’ ଲେଖିଥିଲେ। ୟୁପି ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ ତାଙ୍କ ପ୍ରୋଫାଇଲରେ ‘ମୋଦୀଙ୍କ ପରିବାର’ ଲେଖିଛନ୍ତି। ଏହା ବ୍ୟତୀତ ବିଜେପିର ଅନ୍ୟତମ ବିଧାୟକ ଶାଲଭ ମଣି ତ୍ରିପାଠୀ ମଧ୍ୟ ତାଙ୍କ ନାମ ସାମ୍ନାରେ ‘ମୋଦୀଙ୍କ ପରିବାର’ ଲେଖିଛନ୍ତି।

ସୋସିଆଲ ମିଡିଆ ସାଇଟ୍ X ରେ ଏକ ପୋଷ୍ଟରେ ଶାଲଭ ମଣି ଲେଖିଛନ୍ତି – ଆମେ ମୋଦୀଜୀଙ୍କ ପରିବାର। ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର ଆଦିଲାବାଦରେ ଏକ ସଭା କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ବିରୋଧୀ କହୁଛନ୍ତି ମୋର କୌଣସି ପରିବାର ନାହିଁ କିନ୍ତୁ ସମଗ୍ର ଦେଶ ମୋର ପରିବାର। ଏହା ପରେ ବିଜେପି ସଭାପତି ଜେପି ନଡ୍ଡା ଏବଂ ଅମିତ ଶାହା ମୋଦୀଙ୍କ ପରିବାରକୁ ସେମାନଙ୍କ ନାମ ଆଗରେ ଲେଖିଛନ୍ତି।

ରବିବାର ଦିନ ବିହାରରେ ରାଷ୍ଟ୍ରିୟ ଜନତା ଦଳର ଏକ ରାଲିରେ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନିତ କରିଥିଲେ। ଆଜି ଆଦିଲାବାଦରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହାର ଉତ୍ତର ଦେଇଛନ୍ତି ବୋଲି ଜଣାପଡିଛି। ଏହା ପରେ ନେତାମାନେ ସୋସିଆଲ ମିଡିଆ ସାଇଟରେ ସେମାନଙ୍କ ନାମ ପୂର୍ବରୁ ‘ମୋଦୀଙ୍କ ପରିବାର’ ଯୋଡିଥିଲେ।