ବେଙ୍ଗାଲୁରୁ ପରେ ଗୁଜରାଟରେ ଚିହ୍ନଟ ହେଲେ ଓମିକ୍ରନ ସଂକ୍ରମିତ

ଭାରତରେ ଧୀରେ ଧୀରେ କରୋନା ର ନୂଆ ପ୍ରଜାତି ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରଥମେ କର୍ଣ୍ଣାଟକାରେ ଦୁଇ ଜଣ ଚିହ୍ନଟ ହେବାପରେ ପରେ ଏବେ ଗୁଜରାଟର ଜାମନଗରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଦକ୍ଷିଣ ଆଫ୍ରିକାରୁ ଏଠାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ବିଭାଗ କହିଛି ଯେ ଏହି ବ୍ୟକ୍ତି ଜଣଙ୍କ ଦୁଇ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ଏୟାରପୋର୍ଟରେ ଚାଲିଥିବା ସ୍କ୍ରିନିଂ ବେଳେ ହିଁ ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ନିୟମ ଅନୁଯାୟୀ, ତାଙ୍କ ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ପୁଣେ ସ୍ଥିତ ଲାବକୁ ପଠା ଯାଇଥିଲା।ପରୀକ୍ଷା ପରେ ସେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ବ୍ୟକ୍ତି ଜଣଙ୍କ ଏୟାରପୋର୍ଟରୁ ଓହ୍ଲାଇବା ପରେ ତାଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରଖାଯାଇଛି। ତଥାପି ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ସେହିପରି ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି।
ଏହାପୂର୍ବରୁ ବେଙ୍ଗାଲୁରୁରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି।

Comments (0)
Add Comment