୧୬ ମାସ ପରେ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ ସର୍ତ୍ତ ରଖିଛନ୍ତି ଏବଂ ତାଙ୍କ ପାସପୋର୍ଟ ସମର୍ପଣ କରିବାକୁ ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସିସୋଡିଆ ୧୬ ମାସ ପରେ ଜେଲରୁ ବାହାରି ପାରିବେ। ଯେତେବେଳେ ସୁପ୍ରିମକୋର୍ଟ ମନୀଷ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିଥିଲେ, ସେତେବେଳେ ଇଡି ଓକିଲ ଦାବି କରିଥିଲେ ଯେ, ପୂର୍ବତନ ମନ୍ତ୍ରୀଙ୍କୁ ଦିଲ୍ଲୀ ସଚିବାଳୟକୁ ଯିବା ବନ୍ଦ କରିବା ସର୍ତ୍ତ ଆଧାରରେ ମଧ୍ୟ ଜାମିନ ପ୍ରଦାନ କରାଯାଉ। କୋର୍ଟ ଏହାକୁ ଖାରଜ କରିଛନ୍ତି। ମନୀଷ ସିସୋଦିଆ ଜାମିନ ପାଇବା ପରେ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ମିଠା ବଣ୍ଟନ କରାଯାଇଛି। ସିସୋଡିଆ ଜାମିନ ପାଇବା ପରେ AAP ନେତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

After 16 months