୧୦ ବର୍ଷ ଜେଲଦଣ୍ଡପରେ ସ୍ୱଦେଶ ଫେରିଲା ପାକ୍ ଅନୁପ୍ରବେଶକାରୀ

ଅମୃତସର: ଦୀର୍ଘ ୧୦ ବର୍ଷ ଭାରତୀୟ ଜେଲରେ ରହିିବାପରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ମଙ୍ଗଳବାର ୱାଘା ସୀମାନ୍ତ ଦେଇ ପାକିସ୍ତାନ ପଠାଯାଇଛି । ପାକିସ୍ତାନର ନାରୋୱାଲ ଅଞ୍ଚଳ ବାସିନ୍ଦା କାଲା ମାସି ନାମକ ଏହି ବ୍ୟକ୍ତି ୨୦୧୧ ମସିହାରେ ଭାରତକୁ ଅନୁପ୍ରବେଶ କରିଥିଲା । ଭିସା, ପାସପୋର୍ଟ ନଥିବାବେଳେ ପାଖରେ ପିସ୍ତଲ ଓ ଗୁଳି ରଖିଥିବାରୁ ପଞ୍ଜାବ ପୁଲିସ ତାକୁ ଗିରଫ କରିଥିଲା । ପଞ୍ଜାବର ଏକ ଅଦାଲତ ସେତେବେଳେ କାଲାକୁ ୧୦ ବର୍ଷ ଜେଲଦଣ୍ଡ ଓ ୨ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଥିଲେ । ଫୈଜଲ ଶେଖ୍ ନାମକ ପାକିସ୍ତାନର ଜଣେ ବ୍ୟକ୍ତି ଚୋରାଚାଲାଣ କାର୍ଯ୍ୟରେ ନିୟୋଜିତ ତାକୁ କରିଥିବା କାଲା ପୁଲିସ ଆଗରେ ସ୍ୱୀକାର କରିଛି ।

After 10 years of imprisonment