ଆଫଗାନିସ୍ତାନ ରାଷ୍ଟ୍ରପତି ଙ୍କ ବଢ଼ିଲା ଚିନ୍ତା :ଦେଶ କୁ କଲେ ସମ୍ବୋଧିତ

ଆଫଗାନିସ୍ତାନ ରେ ତାଲିବାନୀ ଆତଙ୍କବାଦୀ ଙ୍କ ଆକ୍ରମଣ ର କହର ଜାରି ରହିଛି I ଏହା ମଧ୍ୟ ରେ ରାଷ୍ଟ୍ରପତି ଅଶରଫ ଘନୀ ଦେଶ କୁ ସମ୍ବୋଧିତ କରିଛନ୍ତି I ସେ ଆଗକୁ କଣ ଯୋଜନା ଅଛି ସେ ବିଷୟ ରେ ଦେଶ ର ସେନାକୁ ପୁଣି ଥରେ ମଜବୁତ ହେବାକୁ ତାଙ୍କ ସରକାର ପ୍ରାଥମିକତା ଦେବ ବୋଲି କହିଛନ୍ତି I

ଗନୀ ଏହି ସମ୍ବୋଧନ ସେତେବେଳେ କରିଛନ୍ତି, ଯେତେବେଳେ କି ତାଲିବାନ ମାନେ ଆଫଗାନିସ୍ତାନ ର ଗୋଟିଏ ଗୋଟିଏ କରି ବଡ଼ ବଡ଼ ସହର ମାନଙ୍କୁ ନିଜ ଅକ୍ତିଆର କୁ ନେଇଯାଇଛି I ତାଲିବାନୀ ସେନା ରାଜଧାନୀ କାବୁଲ ଠାରୁ ମାତ୍ର କିଛି ଦୂର ରେ ଅଛି I ତାଲିବାନୀ ସେନା ପାକିସ୍ତାନ ସୀମା ରେ ଥିବା ପଟ୍ଟିଆରାଜଧାନୀ କୁ ବି ନିଜ କବ୍ଜା କୁ ନେଇଯାଇଛି I ଯାହା ଅଂଦେଶା କରାଯାଉଥିଲା କି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନୀ ନିଜ ପଦ ରୁ ଇସ୍ତଫା ଦେଇପାରନ୍ତି ବୋଲି I କିନ୍ତୁ ସୂତ୍ର ଅନୁସାରେ ଏହି ଅଟକଳ କୁ ଭୁଲ ବୋଲି ପ୍ରମାଣିତ କଲେ ଏବଂ କହିଲେ କି ଘନୀ ଏହିଭଳି ପଦକ୍ଷେପ ନେବେ ନାହିଁ I

ଟେଲିଭିଜନ ମାଧ୍ୟମ ରେ ଦିଆଯାଇଥିବା ସମ୍ବୋଧନ ରେ ଘନୀ କହିଛନ୍ତି ଯେ “ବର୍ତ୍ତମାନ ସ୍ଥିତି ରେ ଆମର ସୁରକ୍ଷା ଓ ରକ୍ଷା ବଳକୁ ପୁଣି ଥରେ ଏକତ୍ରିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ ଏବଂ ଏହି ସମ୍ବଦ୍ଧ ରେ ଦେଶ ଗମ୍ଭୀର ପଦକ୍ଷେପ ନେବ”I ସେ ଏହା ମଧ୍ୟ କହିଛନ୍ତି ଯେ ଏକ ଇତିହାସିକ ମିଶନ ରୂପ ରେ ,ନାଗରିକ ମାନଙ୍କ ଉପରେ ଲଦା ହୋଇଥିବା ଯୁଦ୍ଧ କୁ ଅଧିକ ମୃତ୍ୟୁ ର କାରଣ ହେବ କୁ ଦିଆଯିବ ନାହିଁ ,ଏଥିପାଇଁ ମୁ ବରିଷ୍ଠ ନାଗରିକ,ବରିଷ୍ଠ ରାଜନେତା ,ଲୋକ ପ୍ରତିନିଧି ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମଧ୍ୟ ବିଚାର ବିମର୍ଷ କରୁଛି I

Comments (0)
Add Comment