କୋଲକାତା ରୁ ୨୫ ଲକ୍ଷ ୮ହଜାର ଟଙ୍କାର ଆଫଗାନୀ ମୁଦ୍ରା ଜବତ

କୋଲକାତା:ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ସେଠାରେ ଏକପ୍ରକାର ଆତଙ୍କ ରାଜ ସୃଷ୍ଟି ହୋଇଛି I ବର୍ତ୍ତମାନ ପରିସ୍ଥିତିରେ ଆଫଗାନିସ୍ଥାନ ରେ ବ୍ୟାଙ୍କ ଗୁଡିକରେ ଟଙ୍କା ସରିଯିବାରୁ ଅନେକ ବ୍ୟାଙ୍କ ବନ୍ଦ ହୋଇ ଗଲାଣି ,ଏଟିଏମ ସାମ୍ନାରେ ଲୋକ ମାନଙ୍କର ଅସମ୍ଭବ ଭିଡ ସାଙ୍ଗକୁ ନାରାବାଜି କରୁଛନ୍ତି I ଏହି ପରିସ୍ଥିତିରେ କୋଲକତା ରୁ ବିପୁଳ ପରିମାଣରେ ଆଫଗାନିସ୍ତାନ ମୁଦ୍ରା ଜବତ ହୋଇଛି। ଏହି ଘଟଣାରେ କୋଲକାତା ପୁଲିସ ୨ଜଣଙ୍କୁ ଗିରଫ ମଧ୍ୟ କରିଛି। ।ସେମାନେ ହେଉଛନ୍ତି ମୂଳତଃ ଆଫଗାନିସ୍ଥାନ ନାଗରିକ ଏଠରେ କାବୁଲିବାଲା ଭାବରେ ଜଣାଯାଆନ୍ତି Iସେ ଦୁଇ ଜଣକଙ୍କ ନିକଟରୁ ପାଖାପାଖି ୨୫ ଲକ୍ଷ ୮ ହଜାର ଟଙ୍କାର ଆଫଗାନୀ ମୁଦ୍ରା ଜବତ କରିଛି ପୁଲିସ।
ସୂଚନା ମୁତାବକ,କୋଲକାତା ହେୟାର ଷ୍ଟ୍ରିଟ୍‌ ଥାନା ପୁଲିସ ବିବିଡି ବାଗ ଅଞ୍ଚଳରେ ଚଢ଼ାଉ କରିଥିଲା,ଏବଂ ଏହି ଦୁଇ କାବୁଲିବାଲାଙ୍କୁ ଗିରଫ କରିଥିଲା Iସେମାନେ ଋଣ ଦେବା ବ୍ୟବସାୟ କରନ୍ତି, ଏହି ବ୍ୟବସାୟ ଭାରତୀୟ ଟଙ୍କାରେ କରାଯାଇଥାଏ।
ଏଥିପାଇଁ ପୁଲିସ ଏତେ ପରିମାଣର ଟଙ୍କା କୋଲକାତାକୁ କିଭଳି ଆସିଲା ଏବଂ ଗିରଫ ଦୁଇ ସନ୍ଧିଗ୍ଧଙ୍କ ଉଦ୍ଦେଶ୍ୟ କ’ଣ ସେନେଇ ତଦନ୍ତ ଚଳାଇଛି। ଏମାନଙ୍କ ସହ ଆଉ କିଏ ସାମିଲ ଅଛନ୍ତି ନା ନାହିଁ ସେ ନେଇ ମଧ୍ୟ ପୁଲିସ ଯାଂଚ ଜାରି ରଖିଛି।

Comments (0)
Add Comment