ସୋର ଷ୍ଟେସନରେ ୧୧୭ ବର୍ଷର ଆଦି କାଳୀପୂଜା

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ସୋର ଷ୍ଟେସନ ନିକଟ କାଳି ପଡିଆ ସ୍ଥାୟୀ ପୂଜା ମଣ୍ଡପରେ ଆଦି ଶ୍ରୀ ଶ୍ରୀ କାଳୀ ପୂଜା କମିଟି ଆନୁକୂଲ୍ୟରେ ପୂଜା ବିଧି ପାଳନ କରାଯାଉଛି । ଖଡଗପୁର ଡିଭିଭିଜନ୍ ଅନ୍ତର୍ଗତ ସୋର ସେକ୍‌ସନ୍ ପକ୍ଷରୁ ଆୟୋଜିତ ଏହି ପୂଜା ଏଥର ୧୧୭ ବର୍ଷରେ ପଦାର୍ପଣ କରିଛି । ସଦ୍ୟ ସମାପ୍ତ ଦୁର୍ଗାପୂଜା ଏଥର ଝଡ ବର୍ଷାରେ ‘ିକା ପଡିଥିବା ବେଳେ କାଳୀ ପୂଜା ମଣ୍ଡପରେ ଦର୍ଶକଙ୍କ ଭିଡ ଜମିଛି । ଗତକାଲି ଘଟ ଉତ୍ତ୍ୱଳନ ପରେ ଯଥା ବିଧି ପୂଜା ସମ୍ପନ୍ନ ହୋଇଛି । ସେକ୍‌ସନ୍ ଇନ୍‌ଚାର୍ଜ ସନ୍ଦୀପ ପାତ୍ର ସପତ୍ନୀକ ଘଟ ଉତ୍ତ୍ୱଳନ ପରେ ସଂକଳ୍ପ ଓ ପୂର୍ଣ୍ଣାହୁତି ଦେଇଥିଲେ । ରେଳ ଧାରଣା ଓ ଯାତ୍ରୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଆଦି ମାତା ମା ରକ୍ଷା କାଳୀଙ୍କ ପୂଜାର୍ଚ୍ଚନା ରେଳ ଅଧିକାରୀ ଓ କର୍ମଚାରୀଙ୍କ ତତ୍ୱାବଧାନରେ ୧୧୭ ବର୍ଷ ଧରି ସମ୍ପନ୍ନ ହେଉଛି । ସେକ୍‌ସନ୍ ଇଞ୍ଜିନିଅର୍ ସୁକଦେବ ସାଙ୍କି, ସୁବ୍ରତ ପାଧାଇ, ଭିଏସ୍‌ଏନ୍ ରାଓ, ପ୍ରଦୀପ ହେମ୍ରମ୍ ପ୍ରମୁଖଙ୍କ ସହ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମନୋରଂଜନ କାର୍ଯ୍ୟକ୍ରମ ଓ ମୀନା ବଜାରର ବଜା ନେଉଛନ୍ତି ଦର୍ଶକ ।