ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇ ବଜେଟ୍ ଅଧିବେଶନ ଏପ୍ରିଲ ୮ରେ ସରିବ । ଫେବୃଆରୀ ୧୧ ଯାଏଁ ପ୍ରଥମ,ଏବଂ ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏଁ ଦ୍ୱିତୀୟ ଅଧିବେଶନ ଚାଲିବ I ବଜେଟ୍ ଅଧିବେଶନ ପ୍ରାରମ୍ଭରେ ଆଜି ସଂସଦର ସେଣ୍ଟ୍ରାଲ୍ ହଲ୍ରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସରକାରଙ୍କ ଉପଲବ୍ଧି ଓ ଆଗାମୀ ଲକ୍ଷ୍ୟ ବାବଦରେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି କହିଛନ୍ତି ଆସନ୍ତା ୨୫ ବର୍ଷକୁ ଆଖିରେ ରଖି କାମ କରୁଛନ୍ତି ସରକାର । ଏହାବାଦ ଟୀକାକରଣ ଉପରେ ଗୁରୁତ୍ତ୍ଵ ଦେଇ କହିଛନ୍ତି ଭାରତରେ ପ୍ରସ୍ତୁତ ଭ୍ୟାକସିନ୍ ସାରା ବିଶ୍ୱକୁ ମହାମାରୀ ମୁକ୍ତ କରିବା ଓ କୋଟି କୋଟି ଲୋକଙ୍କ ଜୀବନ ବଂଚାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛି । ବର୍ତମାନ ସୁଦ୍ଧା ଦେଶରେ ୯୦ ପ୍ରତିଶତରୁ ଅଧିକ ବୟସ୍କ ନାଗରିକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଲାଣି । ୭୦ ପ୍ରତିଶତରୁ ଅଧିକ ଲୋକ ଦୁଇଟି ଡୋଜ୍ ନେଇ ସାରିଲେଣି । ଏହା ସହ ରାଷ୍ଟ୍ରପତି କହିଛନ୍ତି, ସରକାର କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି । ସରକାର ରେକର୍ଡ ଉତ୍ପାଦନକୁ ଲକ୍ଷ୍ୟରେ ରଖି ରେକର୍ଡ କ୍ରୟ କରିଛନ୍ତି । ସରକାରଙ୍କ ପ୍ରୟାସରେ ଦେଶର କୃଷି ଉତ୍ପାଦନ ରେକର୍ଡ ସ୍ତରରେ ପହଂଚିଛି । ଜନଔଷଧି କେନ୍ଦ୍ରରୁ ଲୋକଙ୍କୁ ସୁବିଧା ମିଳିପାରୁଛି । ୮ହଜାର ଜନଔଷଧି କେନ୍ଦ୍ରରେ କମ୍ ଖର୍ଚ୍ଚରେ ଔଷଧ ମିଳୁଛି । ବିଶ୍ୱର ୧୮୦ଦେଶକୁ ଭାରତୀୟ ଫାର୍ମା ଔଷଧ ଯୋଗାଉଛି ।
ସେହିପରି ଭାରତ ଟେକ୍ନୋଲୋଜି ସେବାକୁ ମଧ୍ୟ ଗୁରୁତ୍ତ୍ଵ ଦେଉଛି ଏହି ବିଷୟରେ ରାଷ୍ଟ୍ରପତି କହିଛନ୍ତି ଭାରତ ହେଉଛି ସେହି ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନର ମୂଲ୍ୟ ସର୍ବନିମ୍ନ ରହିଛି । ଯାହାଦ୍ୱରା ଭାରତର ଯୁବ ପିଢ଼ି ମାନେ ଏଥିରୁ ବହୁତ ଲାଭବାନ ହେଉଛନ୍ତି । ତିନି ତଲାଖକୁ ନେଇ ମଧ୍ୟ ଗୃହରେ ରାଷ୍ଟ୍ରପତି ତାଙ୍କର ବିବୃତି ରଖିଛନ୍ତି । ତିନ ତଲାକକୁ ଅପରାଧ ବୋଲି ଘୋଷଣା କରି ସରକାରଙ୍କ ଭଲ ପଦକ୍ଷେପ ନେଇଛନ୍ତି । ସମାଜକୁ ଏହି ମନ୍ଦ ଅଭ୍ୟାସରୁ ଦୂରେଇଛନ୍ତି ସରକାର । ମହିଳା ସଶକ୍ତିକରଣ ସରକାରର ଏକ ପ୍ରମୁଖ ପ୍ରାଥମିକତା ରହିଛି । ପୁରୁଷଙ୍କ ତୁଳନାରେ ମହିଳାଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବା ନେଇ ନିଷ୍ପତ୍ତି ନିଆଯାଇଛି । ପୋଲିସ୍ ଫୋର୍ସରେ ମହିଳା ପୋଲିସ୍ କର୍ମଚାରୀଙ୍କ ସଂଖ୍ୟା ୨୦୧୪ ତୁଳନାରେ ଦ୍ୱିଗୁଣିତ ହୋଇଛି।
ଶ୍ରମିକଙ୍କ ପାଇଁ ସରକାର ଇ-ପୋର୍ଟାଲ ଆରମ୍ଭ କରିଛନ୍ତି । ଗରିବଙ୍କ ଗରିମା ବଢାଇବା ଲକ୍ଷ୍ୟରେ ସରକାର । ଡିଜିଟାଲ ଇକୋନୋମି ଲାଗି ସରକାର ପ୍ରଯତ୍ନଶୀଳ । ଖାଦ୍ୟ ସୁରକ୍ଷା ଯୋଜନାକୁ ୨୦୨୨ ମାର୍ଚ୍ଚ ଯାଏଁ ବଢାଯାଇଛି । ଚାଷୀଙ୍କୁ ଆହୁରି ସଶକ୍ତ କରିବା ସରକାରଙ୍କ ଲକ୍ଷ୍ୟ । କ୍ଷୁଦ୍ର ଚାଷୀଙ୍କ ଉପରେ ସରକାରଙ୍କ ସ୍ୱତନ୍ତ୍ର ଫୋକସ୍ ଦେଇଛନ୍ତି ସରକାର। ବର୍ଷା ଜଳ ସଂରକ୍ଷଣ ନେଇ ଦ୍ରୁତ ଗତିରେ କାମ ଚାଲୁଛି । ଅଟଳ ଭୂଜଳ ଯୋଜନାରେ ୬୪ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚନ ଲକ୍ଷ ରହିଛି । ୨କୋଟିରୁ ଅଧିକ ଲୋକଙ୍କୁ ପକ୍କାଘର ମିଳିଛି ।
ସେହିପରି ନୂଆ ଶିକ୍ଷାନୀତି ଉପରେ ଗୁରୁତ୍ତ୍ୱାଦେଇ କହିଛନ୍ତି ନୂଆ ଶିକ୍ଷାନୀତିରେ ଆତ୍ମନିର୍ଭରତା ବଢିଛି । ୧୯ଟି ଇଞ୍ଜିନିୟରିଂ ରଲେଜରେ ୬ଟି ଭାଷାରେ ପାଠପଢା ହେଉଛି । ପୂରା ଦେଶରେ ଗ୍ରାମାଞ୍ଚଳ ସଡକ ନିର୍ମାଣ କାମ ଦ୍ରୁତଗତିରେ ଚାଲିଛି । ସଡକ ଦ୍ୱାରା ଭାରତ ର ବିକାଶର ନୂଆ ରାସ୍ତା ଫିଟିଛି । ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭର ବଢୁଛି, ମେକ୍ ଇନ୍ ଇଣ୍ଡିଆକୁ ପ୍ରାଥମିକତା ଦିଆଯାଉଛି। ୨୮ଶହରୁ ଅଧିକ ପ୍ରତିରକ୍ଷା ଉପକରଣ ସୂଚୀ ଜାରି କରାଯାଇଛି। ଏହି ୨୮ଶହ ଉପକରଣ ବିଦେଶରୁ ନକିଣି ଦେଶରେ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସଂସଦର ପ୍ରଥମ ବଜେଟ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
