ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଏସ୍‌ପି

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ପୋଲିସ ଅଫିସର I ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକର ପୋଲିସ୍ କମ୍ୟୁନିକେସନ୍ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ । ବାସ ଗୃହ ସମେତ ଏକାସାଙ୍ଗେ ୧୧ଟି ଜାଗାରେ ଚଢ଼ାଉ କରାଯାଇଛି । କଟକ, ଭୁବନେଶ୍ୱର, ଯାଜପୁର, କୋରାପୁଟରେ ଥିବା ଘରେ ଏକକାଳୀନ ରେଡ୍ କରାଯାଇଛି । ଭୁବନେଶ୍ୱରର ରସୁଲଗଡ଼ରେ ଥିବା ଏକ ଫ୍ଲାଟ୍ ରେ ରେଡ୍ ଚାଲିଛି । ସେହିପରି ନବରଙ୍ଗପୁରର ଡାବୁଗାଁରେ ପୈତୃକ ଘରେ ବି ରେଡ୍ ଚାଲିଛି । ଯାଜପୁର ବଡ଼ଚଣାର ଖଇରାରେ ଥିବା ଶ୍ୱଶୁର ଘରେ ଭିଜିଲାନ୍ସ ଟିମ୍ ଚଳାଇଛନ୍ତି ରେଡ୍ । ଅନ୍ୟପଟେ ଖଇରାରେ ଥିବା ଏକ ଫାର୍ମ ହାଉସ୍ ରେ ମଧ୍ୟ ଚଢ଼ାଉ ହେଉଛି । ଚଣ୍ଡିଖୋଲରେ ଥିବା ନର୍ସିଂ ହୋମ୍ ଓ ଟ୍ରାନ୍ସପୋର୍ଟ କମ୍ପାନୀରେ ରେଡ୍ ଚାଲିଛି । ଜଗତସିଂହପୁରର ଦଳେଇଘାଇରେ ଥିବା ତ୍ରିନାଥଙ୍କ ଡାଇଭର୍ ଙ୍କ ଘରେ ବି ଚାଲିଛି ରେଡ୍ । କଟକର ଅଫିସ୍ ଓ ଏକ ଔଷଧ ପ୍ରସ୍ତୁତ ୟୁନିଟ୍ ଉପରେ ଚଢ଼ାଉ କରିଛି ଭିଜିଲାନ୍ସ । ଆଉ ଏହି ଚଢ଼ାଉରେ ୩ ଜଣ ଏଏସପି, ୧୦ ଜଣ ଡିଏସପି, ୧୩ ଇନ୍ସପେକ୍ଟର୍ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ରହିଛନ୍ତି I ତେବେ ଭିଜିଲାନ୍ସ ଟିମ୍‌ ଲଗାତର ଭାବେ ଚଢାଉ ଜାରି ରଖି ଥିବା ବେଳେ ସର୍ବମୋଟ ଜବତ ସମ୍ପତ୍ତି ର ଆକଳନ କରାଯାଇ ପାରି ନାହିଁ ।