ଅଦାନୀ ଗ୍ରୁପ୍‌କୁ ଗଙ୍ଗା ଏକ୍ସପ୍ରେସ୍‌ୱେ ନିର୍ମାଣ ଦାୟିତ୍ୱ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପ୍ରସ୍ତାବିତ ୬ ଲେନ୍ ବିଶିଷ୍ଟ ‘ଗଙ୍ଗା ଏକ୍ସପ୍ରେସ୍‌ୱେ’ ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ଅଦାନୀ ଗ୍ରୁପ୍‌କୁ ମିଳିଛି । ପିପିପି (ପବ୍ଲିକ୍‌-ପ୍ରାଇଭେଟ୍‌) ମୋଡ୍‌ରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ୧୦,୨୩୮ କୋଟି ଟଙ୍କା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଋଣ ଆକାରରେ ଦେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମିରଟ୍‌ରୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ‘ଗଙ୍ଗା ଏକ୍ସପ୍ରେସ୍‌ୱେ’ର ନିର୍ମାଣ କାର୍ଯ୍ୟ ତିନିବର୍ଷ ମଧ୍ୟରେ ଶେଷ କରିବାକୁ କମ୍ପାନୀ ଲକ୍ଷ୍ୟଧାର୍ଯ୍ୟ କରିଛି ।