ଖସିଲେ ଅଦାନୀ, ଉଠିଲେ ଅମ୍ବାନୀ

ବିଶ୍ଵ ଧନୀ ତାଲିକାରେ ଖସିଲେ ଅଦାନୀ, ଉଠିଲେ ଅମ୍ବାନୀ । ଧନୀ ତାଲିକାରେ ଗୌତମ ଆଦାନୀ ଯେତିକି ଯେତିକି ଖସିବାରେ ଲାଗିଛନ୍ତି, ମୁକେଶ ଅମ୍ବାନୀ ସେତିକି ଉପରକୁ ଉଠିବାରେ ଲାଗିଛନ୍ତି । ଏହି କ୍ରମରେ ପୁଣି ଥରେ ବିଶ୍ୱ ଧନୀ ତାଲିକାର ଟପ୍ ୧୦ ଧନୀଙ୍କ ତାଲିକାକୁ ଏଣ୍ଟ୍ରି ମାରିଛନ୍ତି ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ।ମୁକେଶଙ୍କ ସମ୍ପତ୍ତି ୨୪ ଘଣ୍ଟା ମଧ୍ୟରେ ଏକ ଆରବ ଡଲାରରୁ ଅଧିକ ବୃଦ୍ଧି ପାଇଛି । ଏ ନେଇ ଫୋବର୍ସ ରିଅଲ ଟାଇଟ ବିଲିଓନାରୀ ଇଣ୍ଡେକ୍ସ ପକ୍ଷରୁ ଏହା କୁହାଯାଇଛି ।

ତଥ୍ୟ ଅନୁଯାୟୀ, ରିଲିଆନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଚେୟାରମ୍ୟାନ ତଥା ଏସିଆ ମହାଦେଶର ସବୁଠାରୁ ଧନୀବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ପୁଣିଥରେ ବିଶ୍ୱ ଧନୀ ତାଲିକାର ୧୦ ନମ୍ବରକୁ ଉଠିଛନ୍ତି । ମୁକେଶଙ୍କ ସମ୍ପତ୍ତି ୨୪ ଘଂଟା ମଧ୍ୟରେ ୧.୭ ଆରବ ଡଲାର ତଥା ୧୪,୦୪୩ କୋଟି ଟଙ୍କା ବୃଦ୍ଧି ପାଇଛି । ଏହା ପରେ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୮୩.୧ ଆରବ ଡଲାରରେ ପହଂଚିଛି ।

ଗତ କିଛି ଦିନ ହେବ ବିଶ୍ୱ ଧନୀ ତାଲିକାରେ ଉଠିବା-ଖସିବା ଧାରା ଲାଗି ରହିଛି । କିଛିଦିନ ହେବ ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କ ସମ୍ପତ୍ତି ତଳକୁ ତଳକୁ ଖସିବାରେ ଲାଗିଛି । ସେ ଚାରି ନମ୍ବରରେ ଥିଲେ । ଆଦାନୀଙ୍କ ରାଙ୍କ ଖସିବା ଫଳରେ ଅମ୍ବାନୀ ଉପରକୁ ଉଠିଥିଲେ ।