ମା’ ହେଲେ ଅଭିନେତ୍ରୀ ଇଲିଆନା

ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ମା’ ହୋଇଛନ୍ତି। ସେ ଏକ ସ୍ବତନ୍ତ୍ର ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ମା’ ହେବାର ଖବର ଦେଇଛନ୍ତି। ଗତ ଅଗଷ୍ଟ ୧ରେ ଇଲିଆନା ତାଙ୍କ ପୁଅକୁ ସ୍ବାଗତ କରିଥିଲେ ଏବଂ ତାଙ୍କ ନାମ କୋଆ ଫିନିକ୍ସ ଡୋଲାନ ରଖିଛନ୍ତି। ପୁଅର ପ୍ରଥମ ଫଟୋ ମଧ୍ୟ ପୋଷ୍ଟରେ ଶେୟାର କରାଯାଇଛି। ଫଟୋଟି କଳା ଏବଂ ଧଳା ହୋଇଛି।
ଏହି ପୋଷ୍ଟକୁ ଶେୟାର କରି ଇଲିଆନା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଆମର ପ୍ରିୟ ପୁତ୍ରକୁ ଦୁନିଆରେ ସ୍ବାଗତ କରିବା ପାଇଁ ଆମେ କେତେ ଖୁସି, ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଇଲିଆନା ତାଙ୍କ ସାଥୀ ବିଷୟରେ ଉଲ୍ଲେଖ କରିନାହାଁନ୍ତି। କିନ୍ତୁ କିଛି ସପ୍ତାହ ପୂର୍ବରୁ, ସେମାନଙ୍କର ଡେଟ୍‌ ନାଇଟ୍‌ର ଫଟୋ ଶେୟାର କରି ସେ ପ୍ରଶଂସକଙ୍କ ସାମ୍ନାରେ ପ୍ରେମିକର ଚେହେରା ଦେଖାଇଥିଲେ।
ବିବାହ ନ କରି ମା’ ହୋଇଥିବା ଇଲିଆନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ମଧ୍ୟ ସମ୍ମୁଖୀନ ହୋଇଛନ୍ତି। ଇଲିଆନା ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ରୁଷ୍ଟମ, ମେଁ ତେରା ହିରୋ ଏବଂ ବର୍ଫି ଭଳି ଚଳଚ୍ଚିତ୍ରରେ ଉଚ୍ଚକୋଟୀର ଅଭିନୟ କରିଛନ୍ତି। ସେ ସାଉଥ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।