ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ: SDJM କୋର୍ଟରେ ଆତ୍ମସମର୍ପଣ କଲେ ପୂର୍ବତନ DFO

ଭୁବନେଶ୍ୱର: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଗଜପତି DFO ସଂଗ୍ରାମ କେଶରୀ ବେହେରା ଆଜି ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ନିଜ ଓକିଲଙ୍କ ଜରିଆରେ ସେ ଆତ୍ମସମର୍ପଣ କରିଥିବା ଖବର ମିଳିଛି । କୋର୍ଟରୁ ଗିରଫ ପରୱାନା ପରେ ସଂଗ୍ରାମ ବେହେରା ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ମାମଲାର ପରବର୍ତ୍ତୀ ଶୁଣାଣି ଓ ଜାମିନ ଆବେଦନକୁ ନେଇ କୋର୍ଟରେ ଆଇନଗତ ପ୍ରକ୍ରିୟା ଜାରି ରହିଛି । ସୂଚନା ଥାଉ ଯେ, ୨୦୨୧ ମସିହାରେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ACF ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଏବଂ ତତ୍କାଳୀନ ଗଜପତି DFO ସଂଗ୍ରାମ କେଶରୀ ବେହେରାଙ୍କୁ ନେଇ ପ୍ରଶ୍ନ ଉଠିଥିଲା । ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୃତ ସୌମ୍ୟରଞ୍ଜନଙ୍କ ବାପା ।