ପ୍ରଚାର ମୈଦାନ ରେ ଶାସକ ,ବିରୋଧୀ ଦଳ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଗାଡି ଭଙ୍ଗାରୁଜା

ପଂଚାୟତ ନିର୍ବାଚନ ପାଇଁ ବର୍ତ୍ତମାନ ଗାଁ ଦାଣ୍ଡ ଦୁଲୁକିଲାଣି I ବିଭିନ୍ନ ଉପାୟରେ ପ୍ରଚାର ଅଭିଯାନ ଚଳାଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟାରେ ଲାଗି ପଡିଛନ୍ତି ଦଳ ମାନେ I ଏହି ପ୍ରଚାର ଅପପ୍ରଚାରକୁ ନେଇ ପ୍ରାୟ ଜାଗାରେ ରାଜନୈତିକ ଦଳ ଗୁଡିକ ନିଜ ନିଜ ଭିତରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି I ସେହିଭଳି ନିର୍ବାଚନ ମୈଦାନ ରେ ପ୍ରଚାର କରୁଥିବା ବେଳେ ଶାସକ ଦଳ ଏବଂ ବିରୋଧୀ ପ୍ରାର୍ଥୀଙ୍କ ଗାଡିକୁ ଭଙ୍ଗାରୁଜା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଥାନୁଆଳ ପଂଚାୟତରୁ ଏହି ଅଭିଯୋଗ ଆସିଛି । ପ୍ରଚାର ସମୟରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ପ୍ରଚାର ଗାଡିକୁ ଭଙ୍ଗାରୁଜା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଥାନୁଆଳ ପଂଚାୟତରେ ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀ ସ୍ମୃତିରେଖା ବେହେରାଙ୍କ ସହ ପ୍ରଚାର କରୁଥିଲେ ବିଜେଡି ସମର୍ଥିତ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀ । ଥାନୁଆଳ ହାଟପଡିଆ ନିକଟରେ ବିଜେପି ଦଳର କେତେକ ସମର୍ଥକ ପ୍ରଚାର ରାଲି ଭିତରେ ଏକ ଗାଡି ପୁରାଇବାକୁ ଉଦ୍ୟମ କରିଥିଲେ । ଏହାକୁ ବିରୋଧ କରିଥିଲେ ବିଜେଡି କର୍ମୀ ଓ ସମର୍ଥକ । ଯାହାକୁ ନେଇ ଯୁକ୍ତିତର୍କ ହେଲା ଓ ଉତେଜନା ବଢିଥିଲା । ପରେ ବିଜେପି ସମର୍ଥକ ମାନେ ବିଜେଡି ପ୍ରାର୍ଥୀଙ୍କ ଗାଡିକୁ ଆକ୍ରମଣ କରି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଲାଇଛି ।

Comments (0)
Add Comment