ନିର୍ବାଚନ ଡ୍ୟୁଟିରେ ଯାଉଥିବାବେଳେ ଦୁର୍ଘଟଣା: ୩ ପୋଲିସ କର୍ମଚାରୀ ମୃତ ୧୪ ଆହତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଡ୍ୟୁଟି ରେ ଯାଉଥିବା ବେଳେ ସୁରକ୍ଷା କର୍ମୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ I ପାପଡ଼ାହାଣ୍ଡି ସୋରିଷପଦର ଗାଁ ନିକଟରେ ଘଟିଛି ଏହି ବସ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ୩ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇ ଥିବାବେଳେ ୧୪ ଆହତ ହୋଇଥିବା ସୂଚନା ମିଳିଛି I

ପୁଲିସ୍ କର୍ମଚାରୀମାନେ ଏକ ବସ୍‌ରେ ନବରଙ୍ଗପୁରରୁ କୋଷାଗୁମୁଡ଼ା ଯାଉଥିଲେ। ତେବେ ସୋରିଷପଦର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସମସ୍ତ ଆହତ ପୁଲିସ କର୍ମଚାରୀଙ୍କୁ ପ୍ରଥମେ ପାପଡ଼ାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆହତଙ୍କୁ ଉଦ୍ଧାର । ଆହତଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଚିକିତ୍ସାଳୟରେ ଆହତଙ୍କୁ ଭେଟିଛନ୍ତି ଜିଲ୍ଲାପାଳ ଏବଂ ଏସପି ।