ମହାନଦୀରେ ଅଘଟଣ ,ସନ୍ତରଣ ପ୍ରଶିକ୍ଷଣ ବେଳେ ବୁଡ଼ିଯାଇ ଛାତ୍ରଙ୍କ ମୃତ୍ୟୁ

କଟକ : ସନ୍ତରଣ ପ୍ରଶିକ୍ଷଣ ବେଳେ ବୁଡ଼ିଯାଇ ଛାତ୍ରଙ୍କ ମୃତ୍ୟୁ I ରବିବାର ସକାଳେ କଟକର ଯୋବ୍ରା ବ୍ୟାରେଜ୍‌ରେ ଘଟିଛି ଏହି ଅଘଟଣ I ମୃତ ଛାତ୍ରଙ୍କ ନାଁ ସୋହେଲା ଖାନ ଓ ତାଙ୍କ ଘର ଜଗତପୁର ଥାନାର ପଶ୍ଚିମକଚ୍ଛ ଅଞ୍ଚଳର ସୋହେଲ ଖାନ ବୋଲି ଜଣାଯାଇଛି।

ସୂଚନାନୁସାରେ,ଆଜି ସକାଳେ ନିମପୁର ସ୍ପୋର୍ଟ୍ସ କ୍ଳବର ୫୦ରୁ ଅଧିକ ଛାତ୍ର ସନ୍ତରଣ ପ୍ରଶିକ୍ଷଣ ପାଇଁ ଟ୍ରେନରଙ୍କ ସହିତ ମହାନଦୀକୁ ଆସିଥିଲେ I ସନ୍ତରଣ ଶିଖୁଥିବା ବେଳେ ସକାଳ ପ୍ରାୟ ସାଢ଼େ ୯ଟା ବେଳେ ସୋହେଲେ ବୁଡ଼ି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ପ୍ରାୟ ଘଣ୍ଟାଏ ଧରି ଖୋଜାଖୋଜି କରିବା ପରେ ସୋହେଲଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ମୃତଦେହକୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇ ସମସ୍ତ ତଦନ୍ତ ଆରମ୍ଭ କରାଯାଇଥିବା କହିଛନ୍ତି ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର।