ଜମ୍ମୁ-କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର ଡୋଡା ଜିଲ୍ଲାରେ ଏକ ବୁଲେଟପ୍ରୁଫ ଆର୍ମି ଗାଡ଼ି ସେନା ବାହାନ ଖାଇରେ ଖସିପଡିବା ଯୋଗୁଁ ଅତିକମରେ ୧୦ ଜଣ ସୈନିକ ସହିଦ ହୋଇଛନ୍ତି । ଘଟଣାରେ ୭ ଜଣ ସୈନିକ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ଭଦ୍ରବାହ-ଚମ୍ବା ଇଣ୍ଟରଷ୍ଟେଟ ରୋଡରେ ଖନ୍ନି ଟପ୍ ରେ ହୋଇଛି । ସୂଚନା ମୁତାବକ, ଏକ ବୁଲେଟପ୍ରୁଫ ଆର୍ମି ଗାଡ଼ିରେ ଅତିକମରେ ୧୭ ଜଣ ଯବାନ ରହିଥିଲେ । ସେନା ଗାଡ଼ି ପର୍ବତରେ ଥିବା ଏକ ପୋଷ୍ଟକୁ ଯାଉଥିଲା । ଏହି ସମରେ ଖନ୍ନି ଟପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ୨୦୦ ଫୁଟ ଗଭୀର ଖାଇକୁ ଖସିପଡିଥିଲା । ପୋଲିସ ଏବଂ ଆର୍ମୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏଠାରୁ ୪ ଜଣ ସୈନିକଙ୍କ ମ୍ତଦେହକୁ ଜବତ କରିଥିବା ବେଳେ ଅନ୍ୟ ୯ ଜଣଙ୍କୁ ଆହତ ଭାବେ ଉଦ୍ଧାର କରାଯାଇଛି । ଘଟଣାରେ ୩ ଜଣଙ୍କୁ ଗଭୀର ଆଘାତ ଲାଗିଛି । ଏମାନଙ୍କୁ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇ ଉଧମପୁର ମିଲିଟ୍ରୀ ହସପିଟାଲରେ ଭର୍ତ୍ତି କରାଯାଇଛି ।