ଭୁବନେଶ୍ୱର:କଟକ-ପୁରୀ ବାଇପାସ୍ ରୋଡ୍ର ପାଣ୍ଡରା ଛକ ଦେଖିବାକୁ ମିଳିଛି ନିକଟରେ ଏକ ଭୟଙ୍କର ହିଟ୍ ଆଣ୍ଡ ରନ୍ ଘଟଣା।ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ଅଟୋ ରାସ୍ତାରେ ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଜୋରଦାର ଧକ୍କା ଦେଇଥିଲା। ଧକ୍କା ପରେ ମଧ୍ୟ ଟ୍ରକ୍ ଚାଳକ ଗାଡ଼ି ଅଟକାଇନଥିଲେ ବରଂ ଅଟୋକୁ ପ୍ରାୟ ୫୦ରୁ ୬୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଏହି ଭୟଙ୍କର ଦୃଶ୍ୟ ଦେଖି ଘଟଣାସ୍ଥଳରେ ଥିବା ଲୋକ ଆତଙ୍କିତ ହୋଇପଡ଼ିଥିଲେ।ଟ୍ରକ୍ର ଧକ୍କାରେ ଅଟୋଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଖସି ଏକ ଦୋକାନ ଭିତରକୁ ପଶିଯାଇଥିଲା। ଅଟୋରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।ଘଟଣା ପରେ ଟ୍ରକ୍ ଚାଳକ ଫେରାର ହେବାକୁ ଚେଷ୍ଟା କରିଥିଲେ। ଏପରିକି ପଳାୟନ ବେଳେ ଏକ ବାଇକ୍ ଆରୋହୀଙ୍କୁ ମଧ୍ୟ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ତେବେ ସ୍ଥାନୀୟ ଲୋକମାନେ ଟ୍ରକ୍ଟିକୁ ପିଛା କରି ଅଟକାଇବା ସହ ଡ୍ରାଇଭରଙ୍କୁ କାବୁ କରିଥିଲେ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଓ ଅଟୋକୁ ଜବତ କରିଛି।