ପଞ୍ଜାବ ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ର ପ୍ରାର୍ଥୀ ତାଲିକା ଘୋଷଣା

୨୦୨୨ ର ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଶୁକ୍ରବାର ଦିନ ଦଳ ତରଫରୁ ପ୍ରଥମ ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ ତରଫରୁ ଫୋଟକପୁର ଆସନ ପାଇଁ କୁଲତାରସିଂ ରାନ୍ଧୱାଙ୍କ ନାମ ଘୋଷଣା କରିଥିବା ବେଳେ ବରନାଲା ଆସନ ପାଇଁ ଗୁରମୀତ ସିଂଙ୍କ ନାମ ଘୋଷଣା କରିଛି ।ପାର୍ଟି ତରଫରୁ ଶୁକ୍ରବାରଦିନ ଜାରି କରାଯାଇଥିବା ପ୍ରାର୍ଥୀ ତାଲିକାରେ ୧୦ ଜଣଙ୍କ ନାମ ରହିଛି । ଏଥିରେ ଗଡଶଂକର ଆସନ ପାଇଁ ଜୟ କିଷନ ରେଡ୍ଡୀ, ଜଗରାବ ଆସନ ପାଇଁ ସରବଜିତ କୌର ମନୁକେ, ନିହାଲସିଂ ଆସନ ପାଇଁ ସଂଜୀତ ବିଲାସପୁର, ଫୋଟକପୁର ଆସନ ପାଇଁ କୁଲତାରସିଂ ରାନ୍ଧୱା, ତଲବଡି ସାବେ ପାଇଁ ବଲଜିନ୍ଦର କୌର, ବୁଢଲାଡା ପାଇଁ ପ୍ରିନ୍ସିପାଲ ବୁଧରାମ, ଦିରବା ପାଇଁ ହରପାଲ ସିଂହ ଚିମା, ସନାମ ପାଇଁ ଅମନ ଆରୋରା, ବରନାଲା ପାଇଁ ଗୁରମିତ ସିଂ, ମେହଲ କାଲା ଆସନ ପାଇଁ କୁଲବନ୍ତ ପଣ୍ଡୋରୀ ଙ୍କ ନାମ ଘୋଷଣା କରାଯାଇଛି ।

Comments (0)
Add Comment