ବିଧାନସଭା ସମ୍ମୁଖ ରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଙ୍କ ବଡ ମେଡିକାଲ ରେ ମୃତ୍ୟୁ

BSKY କାର୍ଡ କୁ ଏସିସିବି ମେଡିକାଲ୍‌ ରେ ଗ୍ରହଣ କରାଯାଉ ନଥିବାରୁ ତା ବିରୋଧରେ ଗୁରୁତର ଅଭିଯୋଗ ଆଣି ଆଜି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍କନ୍ତ ଦାସ ଙ୍କର ଶେଷରେ, ସେହି କଟକ ବଡମେଡିକାଲ ରେ ହିଁ ଦୁଃଖଦ ମୃତ୍ୟୁ ଘଟିଛି I ଖବର ନେବା ରୁ ଜଣା ପଡିଛି ଯେ ଗତ ୨୦୨୦ ମାର୍ଚ୍ଚ ୨୨ ତାରିଖରେ ସଡ଼କ ଦୁର୍ଘଟଣାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସେଥିପାଇଁ ସେ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ମାର୍ଚ୍ଚ ୨୩ ତାରିଖରେ ତାଙ୍କର ପ୍ରଥମ ଅପରେସନ ହୋଇଥିଲା। ୨୦୨୦ ଜୁନ୍ ୧୯ ତାରିଖରେ ଦୁଷ୍ମନ୍ତଙ୍କ ଦ୍ୱିତୀୟ ଅପରେସନ କରାଯାଇଥିଲା। ଏହାପରେ ୨୦୨୦ ଜୁଲାଇ ୧୫ ତାରିଖରେ କରୋନା ସଂକ୍ରମଣର ଆଳ ଦେଖାଇ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ତା’ପରଠୁ ଅବହେଳା କରାଯାଉଥିଲା। ତେଣୁ ସେ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ଏସସିବି ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖି ଗୁହାରି କରିଥିଲେ। ହେଲେ ସବୁଆଡ଼ୁ ତାଙ୍କୁ ନିରାଶ ହେବାକୁ ପଡ଼ିଲା। ଶେଷରେ ହତାଶ ହୋଇ ଆଉ କୌଣସି ରାସ୍ତା ନ ମିଳିବାରୁ ସେ ଆଜି ବିଧାନସଭା ସମ୍ମୁଖ ପ୍ରଥମେ ହାତ କାଟିଥିଲେ ଓ ବିଷ ପିଇଦେଇଥିଲେ। ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍‌ ନେବା ବଦଳରେ ଥାନାରେ ଦୀର୍ଘ ସମୟ ବସେଇ ରଖି ଜେରା କରିଥିଲା। ସେତେବେଳକୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଉଥିବା ଦେଖି କ୍ୟାପିଟାଲ୍‌ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁଷ୍ମନ୍ତଙ୍କ ସ୍ଥିତି ଅତ୍ୟନ୍ତ ଗୁରୁତର ହେବାରୁ ପରେ ତାଙ୍କୁ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି BSKY କାର୍ଡ କାହା ପାଇଁ ?? ଏହି କାର୍ଡ ଦ୍ୱାରା ରୋଗୀ ମାନେ କେଉଁ କେଉଁ ମେଡିକାଲ ରୁ ଚିକିତ୍ସା ସେବା ପାଇ ପାରିବେ ତାହା ସଠିକ ଭାବରେ ଉଲ୍ଲେଖ କରାଯାଉ I BSKY କାର୍ଡ କୁ ଏକ ପ୍ରହସନ ନ କରି ,କାର୍ଡ ଧାରୀ ମାନେ ଯେଉଁ ଭଳି ସଠିକ ଭାବରେ ଉପଯୁକ୍ତ ସେବା ପାଇବେ ତାହା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଠିକ ସମୟ ରେ ତଦାରଖ ହେଉ I

Comments (0)
Add Comment