ଲ୍ଯାଣ୍ଡମାଇନ୍ ବିସ୍ଫୋରଣରେ ଯୁବ ସାମ୍ବାଦିକ ମୃତ

ଲ୍ଯାଣ୍ଡମାଇନ୍ ବିସ୍ଫୋରଣରେ ଯୁବ ସାମ୍ବାଦିକ ମୃତ । ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ନକ୍ସଲଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଆଖିବୁଜି ଛନ୍ତି ସାମ୍ବାଦିକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନକ୍ସଲ ଅଧ୍ୟୁଷିତ ମଦନପୁର ଥାନା କର୍ଲାଖୁଣ୍ଟା ବ୍ରିଜ ନିକଟରେ । ମୃତକ ହେଲେ ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ । ରୋହିତ ଏକ ଦୈନିକ ଖବରକାଗଜରେ ରିପୋର୍ଟର ଭାବେ କାମ କରୁଥିଲେ । କରଲାଖୁଣ୍ଟା ବ୍ରିଜରେ ନକ୍ସଲଙ୍କ ପୋଷ୍ଟର ଲାଗିଥିବା ଖବର ପାଇ ରୋହିତ ଆଜି ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ।
ଘଟଣାସ୍ଥଳକୁ ବର୍ତ୍ତମାନ ସିଆରପିଏଫ ଓ ପୁଲିସ୍‌ ଛାଉଣୀ କରାଯାଇଛି । ହେଲେ ମୃତଦେହକୁ ଉଦ୍ଧାର କରାଯାଇପାରି ନାହିଁ।

Comments (0)
Add Comment