ରାଜଧାନୀରେ ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏପରି ଅଭାବନୀୟ ଘଟଣା ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଧୀନ ରସୁଲଗଡ଼ ଅଂଚଳ ରେ ଥିବା ଭାଗବତ ସନ୍ଧାନରେ ଘଟିଛି। ମୃତ ମହିଳାଙ୍କ ନାମ ପ୍ରଜ୍ଞା ପାରମିତା ଧଲ୍ ବୋଲି ଜଣାପଡିଛି । ବୟସ ପାଖାପାଖି ୩୩ ବର୍ଷ ହେବ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗତ ରାତିରେ ପଡ଼ୋଶୀଙ୍କ ସହ ଭୋଜି କରି ଖୁସି ମନରେ ଘରକୁ ଫେରିଥିଲେ ମହିଳା ଓ ତାଙ୍କ ସ୍ୱାମୀ I ଆଜି ଗୁରୁବାର ସକାଳେ ତାଙ୍କ ନିଜ ରୁମ ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବାରୁ ଚାଞ୍ଚଲ୍ୟ ଖେଳି ଯାଇଛି I ମଞ୍ଚେଶ୍ଵର୍ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗ ନେଇପାରେ ପୋଲିସ ।

ତେବେ କିଭଳି ପରିସ୍ଥିତିରେ ମହିଳା ଆତ୍ମହତ୍ୟା କଲେ , ସେନେଇ ଖୋଲତାଡ଼ କରୁଛି ମଞ୍ଚେଶ୍ୱର ଥାନା ପୋଲିସ । ତେବେ ମୃତ ମହିଳାଙ୍କ ସ୍ୱାମୀଙ୍କର ପରକୀୟା ପ୍ରୀତି ଥିବା ନେଇ ସ୍ତ୍ରୀ ସନ୍ଦେହ କରୁଥିଲେ ବୋଲି ଖବର ମିଳୁଛି I ଏ ସମ୍ପର୍କରେ ସ୍ୱାମୀଙ୍କର କୌଣସି ପ୍ରତିକ୍ରିୟା ମିଳି ନାହିଁ I