କାବୁଲ ମସଜିଦ ନିକଟ ରେ ଭୟଙ୍କର ବିସ୍ଫୋରଣ : ୮ ମୃତ, ଅନେକ ଆହତ

ଆଫଗାନିସ୍ଥାନ ରାଜଧାନୀ କାବୁଲ ନିକଟରେ ଭୟଙ୍କର ବିସ୍ଫୋରଣ I ଶୁକ୍ରବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ ଏକ ଶିଆ ମସଜିଦ ନିକଟ ଜନଗହଳି ଅଂଚଳରେ ରେ ଏକ ଗାଡିରେ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଛି I ଏଥିରେ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଏଥିପାଇଁ ଆତଙ୍କବାଦୀ ସଙ୍ଗଠନ ଆଇଏସ ନିଜକୁ ଦୀୟୀ କରିଛି । ତେବେ ଏହି ବିସ୍ଫୋରଣ ମହିଳାଙ୍କୁ ଟାର୍ଗେଟ୍ କରି କରାଯାଇଥିଲା । ଘଟଣାରେ ପୀଡିତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ନମାଜ ପାଠ ପାଇଁ ମସ୍‌ଜିଦ୍‌ ସମ୍ମୁଖରେ ଏକତ୍ର ହୋଇଥିବା ଦଳେ ମହିଳା ଓ ପିଲାଙ୍କୁ ‘ଆଇଏସ୍‌’ ଟାର୍ଗେଟ୍‌ କରିଥିଲା।

କାବୁଲ ପୋଲିସ ମୁଖପାତ୍ର ଖାଲିଦ ଜଡ୍ରାନଙ୍କ ଅନୁଯାୟୀ ପଶ୍ଚିମ କାବୁଲର ସର-ଇ କରିଜ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ହଜାରା ଓ ସିୟା ସମ୍ପ୍ରଦାୟକୁ ଟାର୍ଗେଟ୍ କରାଯାଇଥିଲା । ଏହାମଧ୍ୟରୁ ଗୋଟିଏ ବିସ୍ଫୋରଣ ଇମାମ ମହମ୍ମଦ ଓ୍ୱାକେର ଉପରେ ହୋଇଥିଲା । ଯାହା କାବୁଲର ସର-ଏ-କରିଜ୍ ଅଞ୍ଚଳରେ ରହିଛି ।

ଆଫଗାନ୍ ପୋଲିସର କହିବାନୁସାରେ, ଅଘଟଣରେ ୮ ଜଣଙ୍କ ଜୀବନ ଯାଇଛି । ୧୮ ଜଣ ଗୁରୁତର ହୋଇଛନ୍ତି । ସେପଟେ ଆଇଏସ କିନ୍ତୁ ନିଜ ବୟାନରେ ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଦାବି କରିଛି । ଏହି ଅଘଟଣ ସମୟର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଲୋକେ ଏଣେତେଣେ ଦୌଡୁଥିବା ଦେଖିବାକୁ ମିଳୁଛି ।

ଦେଶର ତାଲିବାନ ଶାସକମାନଙ୍କ ସମ୍ମୁଖରେ ଆଇଏସ୍ ସବୁଠାରୁ ବଡ ସୁରକ୍ଷା ଚ୍ୟାଲେଞ୍ଜ ଭାବରେ ଦେଖାଯାଉଛି। ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ତାଲିବାନ ଦେଶର ପୂର୍ବରେ ଥିବା ଆଇଏସ ମୁଖ୍ୟାଳୟ ବିରୋଧରେ ବ୍ୟାପକ କଟକଣା ଆରମ୍ଭ କରିଛି।