ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଛାତ୍ରଙ୍କ ସହ ଶିକ୍ଷକ ଗୁରୁତର

ବିଦ୍ୟୁତ ଆଘାତରେ ଦୁଇ ଛାତ୍ର ଗୁରୁତର । ଜୀବନକୁ ବାଜି ଲଗାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର କଲେ ପ୍ରଧାନ ଶିକ୍ଷକ । ଦୁଇ ଛାତ୍ରଙ୍କ ସହ ପ୍ରଧାନ ଶିକ୍ଷକ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ପ୍ରଥମେ ସୋରୋ ଡାକ୍ତର ଖାନାକୁ ନିଆଯାଇଥିଲା ତେବେ ଅଧିକ ଚିକିତ୍ସା ଆବଶ୍ୟକ ହେବାରୁ ସୋରରୁ ବାଲେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ୧୯ ନଂ ୱାର୍ଡ ତେଲିଅଗଞ ନଛିପୁର ପ୍ରାଥମିକ ବିଦ୍ୟାଳୟରେ ଆଜି ସ୍ୱାଭାବିକ ଭାବେ କ୍ଲାସ ଚାଲୁଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ପରେ ସପ୍ତମ ଶ୍ରେଣୀର ୨ ଛାତ୍ର ସ୍କୁଲ ପରିସରରେ ଥିବା ପାଣି ମୋଟର ପାଖକୁ ଯାଇଥିଲେ। ଏହି ସମୟରେ ସେଠାରେ ତଳେ ପଡିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଚାଲି ଆସି ଚିତ୍କାର କରିଥିଲେ ।ପିଲାମାନଙ୍କ ଚିତ୍କାର ଶୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମହାନ୍ତି ଦୁଇ ଛାତ୍ରଙ୍କୁ ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କରିଥିଲେ । ବିଦ୍ୟୁତ୍ ଆଘାତରେ ଦୁଇ ଛାତ୍ରଙ୍କ ସମେତ ପ୍ରଧାନ ଶିକ୍ଷକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନା ଆଣିଥିଲେ ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଯାହା ଜଣ ପଡିଛି ବିଦ୍ୟାଳୟରୁ ଗତକାଲି ରାତିରେ ପାଣିବୁହା ମେସିନ୍ ଚୋରି କରିବାକୁ ଉଦ୍ୟମ କରି ଚୋର ମାନେ ଛାଡି ଚାଲିଯାଇଥିବା ଏଭଳି ତାର ଓ ନଟ୍ ବୋଲ୍ଟତଳେ ପଡିଥିବା ବିଦ୍ୟାଳୟର ଶିକ୍ଷୟତ୍ରି ପ୍ରକାଶ କରିଛନ୍ତି ।