ଦେହରେ କିରାସିନ ଢାଳି ଗାଁ ସାଥି ସଂଘ କର୍ମୀ ଙ୍କର ଆତ୍ମାହୁତି ଉଦ୍ୟମ

ଗତ ୬୦ ଦିନ ହେଲା ଗାଁ ସାଥି ସଂଘ ର କର୍ମୀ ମାନେ ଭୁବନେଶ୍ୱର ର ଲୋୟର ପିଏମଜିରେ ଅନଶନରେ ବସିଛନ୍ତି । ଦାବି ମୁତାବକ ତାଙ୍କର ସ୍ଥାୟୀ ନିଯୁକ୍ତିସହିତ ମାସିକ ୮ ହଜାର ଟଙ୍କା ଦରମା ବୃଦ୍ଧି କରାଯାଉ ବୋଲି ଦାବି କରାଯାଉଛି । ଆଜି ର ଏହି ଅନଶନ ଚାଲୁଥିବା ସମୟରେ ତିନି ଜଣ କର୍ମୀ ନିଜ ଦେହରେ କିରୋସିନ ଢାଳି ଏକାଠି ଆତ୍ମାହୁତି କରିବାକୁ ଉଦ୍ୟମ କରିଛନ୍ତି । ତେବେ ତିନି ଜଣ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଉଥିବା ବେଳେ ପୁଲିସ୍ ସେମାନଙ୍କୁ କାବୁ କରିଛି।
ପୁଲିସ୍ କାବୁ କରିବା ପରେ ତିନି ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତିନି ଦିନ ହେଲାଣି ୨୫ହଜାରରୁ ଅଧିକ ଲୋକେ ଅନଶନ ରେ ବସିଥିବା ସତ୍ତ୍ୱେ ତାଙ୍କ ଦାବି ଅନୁସାରେ ସରକାର ଏଥିପ୍ରତି ଦୃଷ୍ଟି ହେଉ ନ ଥିବାରୁ ସଂଘର ତିନିଜଣ ଏପରି ଚରମ ପଦକ୍ଷେପ ନେଇଛନ୍ତି। ସରକାର ତୁରନ୍ତ ଦାବି ଗୁଡିକ ପୂରଣ ନକଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବା ନେଇ ସଂଘ ଚେତାବନୀ ଦେଇଛି।

Comments (0)
Add Comment