ପାକିସ୍ତାନକୁ ଝଟକା, ଭାରତର ବିରୋଧ ପରେ ବ୍ରିକ୍ସର ସଦସ୍ୟତାରୁ ହେଲା ବଞ୍ଚିତ

ନୂଆଦିଲ୍ଲୀ: ବ୍ରିକ୍ସରେ ସଦସ୍ୟତା ପାଇବା ପାଇଁ ଆଶା ରଖିଥିବା ପାକିସ୍ତାନକୁ ବଡ ଝଟକା ଲାଗିଛି। ଭାରତର ଦୃଢ ବିରୋଧ ଯୋଗୁଁ ପାକିସ୍ତାନ କେବଳ ବ୍ରିକ୍ସର ସଦସ୍ୟତାରୁ ବଞ୍ଚିତ ହୋଇନାହିଁ, ବରଂ ସହଭାଗୀ ଦେଶ ତାଲିକାରେ ମଧ୍ୟ ସ୍ଥାନ ପାଇପାରିନାହିଁ। ଏହି ସମୟରେ ତୁର୍କୀ ବ୍ରିକ୍ସ ସହଭାଗୀ ଦେଶ ତାଲିକାରେ ନିଜକୁ ଅନ୍ତର୍ଭୁକ୍ତ କରି ଗୁରୁତ୍ୱପୂର୍ଣ୍ଣ ଲାଭ ପାଇଛି। ନିକଟରେ ରୁଷ ୧୩ ଟି ନୂତନ ଅଂଶୀଦାର ଦେଶ ଘୋଷଣା କରିଛି। ଏହି ଦେଶଗୁଡ଼ିକରେ ଆଲଜେରିଆ, ବେଲା ରୁଷ, ବୋଲିଭିଆ, କ୍ୟୁବା, ଇଣ୍ଡୋନେସିଆ, କାଜାଖସ୍ତାନ, ମାଲେସିଆ, ଥାଇଲ୍ୟାଣ୍ଡ, ତୁର୍କୀ, ଉଗାଣ୍ଡା, ନାଇଜେରିଆ, ଉଜବେକିସ୍ତାନ ଏବଂ ଭିଏତନାମ ଅନ୍ତର୍ଭୁକ୍ତ। ଏହି ଦେଶଗୁଡିକ ଜାନୁଆରୀ ୧ ତାରିଖ ୨୦୨୫ ରୁ ବ୍ରିକ୍ସର ଅଂଶୀଦାର ଦେଶ ହେବେ। ଚୀନ୍ ଏବଂ ରୁଷର ସହଯୋଗରେ ବ୍ରିକ୍ସ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଏହି ତାଲିକାରେ ସ୍ଥାନ ପାଇବାରେ ବିଫଳ ହୋଇଛି।

A shock to Pakistan