ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ନେବାକୁ ଥିବା ପଦେକ୍ଷପ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ଲଗାତାର ମେ ମାସରେ ଖରା ଦିନିଆ ଝଡ ବାତ୍ୟା ଆସୁଛି ଏଥିରୁ ପ୍ରସ୍ତୁତ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଛି । ପାରାଦୀପ ଓ ଗୋପାଳପୁରରେ ଡୋପଲର ରାଡାର କାର୍ଯ୍ୟ କରୁଛି । ଯାହା ସାଇକ୍ଲୋନନ୍ ଟ୍ରାକିଂ ଏବଂ ପାଣିପାଗ ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ । ସାଇକ୍ଲୋନ ପରିସ୍ଥିତିରେ ଟେଲିକମ୍ ସିଷ୍ଟମକୁ କାର୍ଯ୍ୟକ୍ଷମ ରଖିବା ପାଇଁ ବିଏସ୍ଏନ୍ଏଲ୍ ଏବଂ ଟେଲିକମ୍ ସେବା ପ୍ରଦାନକାରୀଙ୍କ ଦ୍ୱାରା ଆପଦକାଳୀନ ବ୍ୟବସ୍ଥା କରାଯାଇଛି।

ଖରାଦିନିଆ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ । ଓଡ୍ରାଫ ଓ ଅଗ୍ନିଶମର ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା । ଖରାଦିନେ ବାତ୍ୟା ତାଣ୍ଡବ ରଚୁଥିବାରୁ ଏହି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି । ୪ ବର୍ଷ ହେଲା ପ୍ରତି ବର୍ଷ ମେ’ରେ ଆସୁଛି ଝଡ଼। ଗତ ସପ୍ତାହରେ ଜିଲ୍ଳାସ୍ତରୀୟ ସମୀକ୍ଷା ବୈଠକ କରିଥିଲେ SRC । ଅସାନି, ୟସ, ଅମ୍ଫନ ଓ ଫନି ଆଦି ବାତ୍ୟା ମେ’ରେ ଆସିଥିଲା । ଓଡ଼ିଶା ଓ ପଡୋଶୀ ରାଜ୍ୟରେ ଲାଣ୍ଡଫଲ କରିଥିଲା । ସାଧାରଣତଃ ମେ-ଜୁନ୍‌ ଓ ଅକ୍ଟୋବର-ଡିସେମ୍ବର ବାତ୍ୟା ମାସ। କିନ୍ତୁ ଗତ କିଛି ବର୍ଷ ହେବ ବଙ୍ଗୋପସାଗରରେ ଖରାଦିନିଆ ବାତ୍ୟା ସଂଖ୍ୟା ବଢିଛି। ୪ ବର୍ଷ ହେଲା ପ୍ରତି ବର୍ଷ ମେ ମାସରେ ଆସୁଛି ଝଡ଼। ଗତବର୍ଷ ମେ ୭ରୁ ୧୧ ମଧ୍ୟରେ ଆସିଥିଲା ଅସାନି।

ପବନର ବେଗ ଥିଲା, ପ୍ରତି ଘଣ୍ଟା ୧୧୯ କିଲୋମିଟର । ଏହି ବାତ୍ୟା ଆନ୍ଧ୍ରପ୍ରଦେଶକୁ ହିଟ୍‌ କରିଥିଲା। ସେହିଭଳି ୨୦୨୧ରେ ମେ ୨୪ରୁ ମେ ୨୭ ମଧ୍ୟରେ ଦେଖାଇଥିଲା ପ୍ରକୋପ। ଘଣ୍ଟା ପ୍ରତି ପବନର ବେଗ ଥିଲା ୧୧୯ କି.ମି.। ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ଏହା ହିଟ୍‌ କରିଥିଲା। ଏହି ଝଡ଼ର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡିଥିଲା। ୨୦୨୦ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଅମ୍ଫନ। ମେ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରହିଥିଲା ବାତ୍ୟା। ଝଡ଼ର ତୀବ୍ରତା ୨୪୧ କିଲୋମିଟର ପ୍ରତି ଘଣ୍ଟା ରହିଥିଲା।

ଏହି ଝଡ଼ ଓଡ଼ିଶା ପାଖ ଦେଇ ପଶ୍ଚିମବଙ୍ଗରେ ହିଟ୍‌ କରିଥିଲା। ୨୦୧୯, ଏପ୍ରିଲ ୨୫ରୁ ମେ ୪, ମଧ୍ୟରେ ତାଣ୍ଡବ ଦେଖାଇଥିଲା ଫନି। ପୁରୀରେ ସିଧା ହିଟ୍‌ କରିଥିଲା ବାତ୍ୟା । ଖୋର୍ଦ୍ଧା ଓ କଟକରେ ବଡ଼ ଧରଣର କ୍ଷତି କରିଥିଲା। ଅନ୍ୟପଟେ ମେ’ ୮ ପରେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବଜ୍ଞାନୀ ପ୍ରଫେସର ସନ୍ଦୀପ ପଟ୍ଟନାୟକ ।