ପରମବୀର ସିଂଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଥାନେର ଏକ କୋର୍ଟ ଏବେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ପରମବୀର ଙ୍କ ବିରୋଧରେ ଏକାଧିକ ଲୁଟ ଓ ବଟି ଆଦାୟ ସହ ଠକେଇ ଭଳି ମାମଲା ରହିଛି। ପୁଲିସ୍‌ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ ବାରମ୍ବାର ନୋଟିସ କରିଥିଲେ ମଧ୍ୟ ସେ ହାଜର ହୋଇ ନଥିଲେ। ତେଣୁ ପୋଲିସ ପକ୍ଷରୁ ବୁଧବାରଦିନ କୋର୍ଟରେ ଆବେଦନ କରାଯାଇଥିଲା ପରମବୀର ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଉ, କହିରଖୁ କି ମୁମ୍ବାଇର ବିପିନ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ମୁମ୍ବାଇର ଗୋରେଗାଁଓ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ସେ ତାଙ୍କ ଅଭିଯୋଗରେ ପରମବୀର ସିଂ ସମେତ ଏଣ୍ଟେଲିଆ ମାମଲାରେ ଗିରଫ ହୋଇଥିବା ସଚୀନ ବାଜେ ଓ ଛୋଟା ସର୍କିଲ ଗ୍ୟାଙ୍ଗର ଗୁର୍ଗା ରିୟାଜ ମୁମ୍ବାଇର ଅନେକ ବାର ଓ ରେଷ୍ଟୁରାଣ୍ଟରୁ ମାସିକ ଚନ୍ଦା ଆଦାୟ କରୁଥିବା କଥା କହିଥିଲେ ।

ଅନ୍ୟପଟେ ଏସବୁ ମାମଲାରେ ଛନ୍ଦି ହେବା ପରେ ତାଙ୍କୁ ସରକାର ପଦରୁ ହଟାଇ ଦେଇଥିଲେ । ସେ ପଦବୀରୁ ଯିବାର କିଛିଦିନ ପରେ ପରମବୀର ସିଂ ଚଳିତ ବର୍ଷ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି କହିଥିଲେ କି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ତାଙ୍କୁ ଟଙ୍କା ଆଦାୟ କରିବାକୁ କହିଥିଲେ ।ଏହାକୁ ନେଇ ହଇଚଇ ସୃଷ୍ଟି ହେବାରୁ ଅନୀଲଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ଏବେ ସିବିଆଇ ଓ ଇଡି ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରୁଛନ୍ତି।ମୁମ୍ବାଇ ପୁଲିସ୍‌ର କ୍ରାଇମବ୍ରାଞ୍ଚ ପରମବୀର ସିଂହଙ୍କ ବିରୋଧରେ ଆସିଥିବା ବଟି ଆଦାୟ ମାମଲାର ତଦନ୍ତ କରୁଛି।

ଚଳିତ ବର୍ଷ ଜୁଲାଇ ୨୩ରେ ପରମବୀର, ପୁଲିସ୍‌ ବିଭାଗରୁ ବିଦା ହୋଇଥିବା ସଚିନ ବାଜେ ଓ ଅନ୍ୟମାନଙ୍କ ବିରୋଧରେ ଗୋଟିଏ ବଟି ଆଦାୟ ମାମଲା ଗୋରେଗାଓଁ ପୁଲିସ୍‌ ଷ୍ଟେନରେ ରୁଜୁ କରାଯାଇଥିଲା। ଏହାପରେ ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ତେବେ ଦୀର୍ଘ ତିନି ମାସ ରୁ ଉର୍ଧ୍ଵ ସମୟ ଧରି ପରମବୀରସିଂ ନିଖୋଜ ଅଛନ୍ତି ଏବଂ ମୁମ୍ବାଇ ପୋଲିସ ନିକଟରେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ନାହିଁ I

Comments (0)
Add Comment