ଅପହରଣ ଘଟଣା ର ନୂଆ ମୋଡ଼

ଧଉଳିରୁ ସ୍ୱିଗି ଡେଲିଭରୀ ବୟ ପତିତପାବନ ପୃଷ୍ଟି ଅପହରଣ ଘଟଣା ର ଆସିଛି ରୋଚକ ମୋଡ଼ । ଏହି ଚର୍ଚିତ ଅପହରଣ ଘଟଣାରେ ରଚୟିତା ହେଉଛି ଖୋଦ ଅପହୃତ I ଘଟଣା ଟି ଘଟିଥିଲା ଏହିପରି, ଗତ ରବିବାର ଦିନ ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ବୟ ପତିତପାବନ ପୃଷ୍ଟି ଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଥିଲା । ଏନେଇ ନିଜେ ପତିତପାବନ ପୃଷ୍ଟି ତାଙ୍କ ପତ୍ନୀ ଙ୍କୁ ଏକ ଭଏସ୍ ମେସେଜ୍‌ରେ ଦ୍ୱାରା ସୂଚନା ଦେଇଥିଲେ। ସେ ମେସେଜ ରେ କହିଥିଲେ କି ଲିଂଗିପୁର ରାସ୍ତା ରେ କିଛି ମଦ୍ୟପ ଯୁବକ ତାଙ୍କ ପେଟରେ ଛୁରୀ ଭୁସି ଦେଇଛନ୍ତି ଏବଂ ତାଙ୍କୁ ଏକ ଡାଲା ଅଟୋ ରେ ପକେଇ କୁଆଡେ ନେଇ ଯାଉଛନ୍ତି I ସେ ପୁଣି ପତ୍ନୀ ଙ୍କୁ କହିଥିଲେ କି ଫୋନ ରେ ଗୁଗୁଲ ମ୍ୟାପ ଦେଖି ତାଙ୍କ ସମ୍ପର୍କୀୟଙ୍କ ସହିତ ଆସି ତାଙ୍କୁ ଉଦ୍ଧାର କର I ହି ମେସେଜ ପାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦୟାନଦୀ ରାସ୍ତାରେ ଅପହୃତ ଯୁବକଙ୍କ ଗଞ୍ଜି, ବ୍ୟାଗ୍ ଓ ଚପଲ ମାଟିରେ ଅଧା ପୋତା ହୋଇ ରହିଥିବା ବେଳେ ଛୁରୀ ଜବତ କରିଥିଲା ପୋଲିସ । ଘଟଣାରେ ପୋଲିସ ତଦନ୍ତ ଜୋରଦାର କରିଥିଲା । ଏପରିକି ଅପହୃତ ଯୁବକଙ୍କ ମୋବାଇଲ୍‌ର ସିଡିଆର୍‌ ଯାଞ୍ଚ ଆରମ୍ଭ କରିଥିଲେ ପୋଲିସ । ଖୁବ୍‌ଶୀଘ୍ର ଯୁବକଙ୍କ ପତ୍ତା ମିଳିବ ବୋଲି ପୋଲିସ ଆଶା ରଖିଥିଲେ ।

କିନ୍ତୁ ଅପହରଣର ୨ ଦିନ ପରେ ଘଟଣାରେ ଆସିଛି ନୂଆ ମୋଡ଼ । ଡେଲିଭରୀ ବୟ ପତିତପାବନ ପୃଷ୍ଟି ପୁରୀ ଜିଲ୍ଲା ଗୋପ ଥାନା ବେଦପୁର ଗାଁର ଜଣେ ଯୁବତୀଙ୍କୁ ଅପହରଣ କରିଥିବା ସୂଚନା ମିଳିଛି । ଉକ୍ତ ଯୁବତୀ ଙ୍କ ଘର ଲୋକ ଥାନା ରେ ଅଭିଯୋଗ କଲା ପରେ ସତ ପଦାକୁ ଆସିଛି I ଯୁବତୀ ଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ପତିତପାବନ ଓ ଉକ୍ତ ଯୁବତୀ ଙ୍କ ର ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା I ସେ ଉକ୍ତ ଯୁବତୀ ଙ୍କୁ ଅପହରଣ କରି ମଧ୍ୟପ୍ରଦେଶ ନେଇଯାଇଥିଲା ଏବଂ ସେଠାରେ ବିବାହ କରିଥିବା ଶୁଣିବାକୁ ମିଳୁଛି I
ପତିତପାବନକୁ ମଧ୍ୟପ୍ରଦେଶ ର ରେଲୱେ ଷ୍ଟେସନ ରୁ ଠାବ କଲା ପୋଲିସ । ରେଲୱେ ପୋଲିସ ସହାୟତାରେ ଉଦ୍ଧାର କଲା ଧଉଳି ଥାନା ପୋଲିସ । ଏହା ସହ ପତିତପାବନଙ୍କ ସହ ଅନ୍ୟ ଜଣେ ସାଥୀଙ୍କୁ ମଧ୍ୟ ଠାବ କରାଯାଇଛି । ଏବେ ପତିତପାବନକୁ ଆଣିବା ପାଇଁ ଏକ ଟିମ୍‌ ମଧ୍ୟପ୍ରଦେଶ ଯାଇଛି । ପତିତପାବନକୁ ପଚରା ଉଚାର ପରେ ଅପହରଣ ଘଟଣା ଉପରୁ ପରଦା ହଟିବ । ଏନେଇ ଭୁବନେଶ୍ବର ଡ଼ିସିପି ସୁଚନା ଦେଇଛନ୍ତି ।
କହିରଖୁଛୁ କି ପତିତପାବନ ୮ ମାସ ପୂର୍ବର ପ୍ରେମ ବିବାହ କରିସାରିଛନ୍ତି ଓ ଏହି ଅପହରଣ ନାଟକ କୁ ତାଙ୍କ ପତ୍ନୀ ଅସ୍ବୀକାର କରୁଛନ୍ତି I

Comments (0)
Add Comment