୧୦୭ ପୌର ପରିଷଦ ପାଇଁ ପ୍ରକାଶ ପାଇଲା, ଅଧ୍ୟକ୍ଷ ପଦ ସଂରକ୍ଷଣ ତାଲିକା

ପ୍ରକାଶ ପାଇଲା ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା । ୧୦୭ ପୌର ପରିଷଦ ପାଇଁ ତାଲିକା ଆଜି ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆପତ୍ତି ଅଭିଯୋଗ ଥିଲେ ୧୫ ଦିନ ମଧ୍ୟରେ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିପାରିବେ ପ୍ରାର୍ଥୀ । ତେବେ ପଞ୍ଚାୟତ ପରେ ହେବ ପୌର ନିର୍ବାଚନ ଆଉ ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି I
ପୌର ପରିଷଦ ଅଧ୍ୟକ୍ଷ ପଦଲାଗି ଚିଠା ସଂରକ୍ଷଣ ତାଲିକାରେ ଅନୁସୂଚିତ ଜାତି(ମହିଳା)ଙ୍କ ପାଇଁ ୯ଟି ସ୍ଥାନରେ ସଂରକ୍ଷଣ ରଖାଯାଇଥିବେଳେ ଅନୁସୂଚିତ ଜନଜାତିଙ୍କ ପାଇଁ ୮ଟି ସ୍ଥାନ ସଂରକ୍ଷିତ ରଖାଯାଇଛି । ସେହିପରି ଅନୁସୂଚିତ ଜନଜାତି(ମହିଳା)ଙ୍କ ପାଇଁ ଉମରକୋଟ, ନବରଙ୍ଗପୁର, ବ୍ରଜରାଜନଗର, ଆନନ୍ଦପୁର, ଗୁଡାରି, ବ୍ୟାସନଗରରେ ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତିଙ୍କ ପାଇଁ ପାଟଣାଗଡ଼, ବାଲିଗୁଡ଼ା, ଓ ବିନିକାରେ ସ୍ଥାନ ସଂରକ୍ଷଣ ରଖାଯାଇଛି
ତେବେ ମହିଳାଙ୍କ ପାଇଁ ୪୦ଟି ସ୍ଥାନ ସଂରକ୍ଷିତ ହୋଇ ରହିଥିବା ବେଳେ ୧୦୭ ପୌର ପରିଷଦ ୪୧ଟି ପୌର ପରିଷଦ ପାଇଁ ସ୍ଥାନ ସଂରକ୍ଷିତ ହୋଇନାହିଁ । ଏହି ସ୍ଥାନଗୁଡ଼ିକ ମଧ୍ୟରେ ଦେବଗଡ଼, ଆଠଗଡ଼, ନୟାଗଡ଼, ଗଞ୍ଜାମ, କେନ୍ଦ୍ରାପଡ଼ା, ଚୌଦ୍ୱାର, ବାଙ୍କି, ରାଇରଙ୍ଗପୁର ଢେଙ୍କାନାଳ, ଫୁଲବାଣୀ, ଖୋର୍ଦ୍ଧା, ରଣପୁର, ପୁରୀ ରହିଛି ।

Comments (0)
Add Comment