କୋର୍ଟ ରୁମ ପରିସରରେ ଓକିଲ ଙ୍କୁ ଗୁଳି କରି ହତ୍ୟା

ଉତ୍ତରପ୍ରଦେଶର ଶାହାଜାହାନପୁରରେ କୋର୍ଟ ଭିତରେ ଓକିଲଙ୍କୁ ଗୁଳି କରି ହତ୍ୟା କରିଛି ଦୁର୍ବୁତ୍ତ । କୋର୍ଟର ତୃତୀୟ ମହଲାରୁ ଓକିଲଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଓକିଲ ଜଣକ ହେଉଛନ୍ତି ଭୂପେନ୍ଦ୍ର ସିଂହ। ସେ ଆଜି କୋର୍ଟ ଭିତରେ ଥିବା ରେକର୍ଡ ରୁମ୍‌କୁ ଯାଇ ଜରୁରୀ କାଗଜ ପତ୍ର ଯାଞ୍ଚ କରୁଥିବା ସମୟରେ ଆଖିବୁଜା ଗୁଳି ମାଡ଼ ର ଶିକାର ହୋଇଥିଲେ I ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନ ଖେଳିଯାଇଛି ।
ପୁଲିସ ସୂଚନା ମୁତାବକ, ତାଙ୍କ ମୃତଦେହ ନିକଟରୁ ଏକ ବନ୍ଧୁକ ଏବଂ ଦୁଇଟି ଗୁଳି ମଧ୍ୟ ଜବତ ହୋଇଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ତେବେ ଯାହା ଜଣ ପଡିଛି ମୃତ ଓକିଲ ଭୂପେନ୍ଦ୍ର ପ୍ରତାପ ସିଂ, ପୂର୍ବରୁ ଏକ ବ୍ୟାଙ୍କରେ କାମ କରୁଥିଲେ। ଗତ ୪ରୁ୫ ବର୍ଷ ଧରି ସେ ଓକିଲ ଭାବରେ ଅଭ୍ୟାସ କରୁଥିଲେ। ଏହି ହତ୍ୟା କାଣ୍ଡ ବିଷୟରେ ବିଶେଷ କିଛି ଜଣ ପଡି ନଥିଲେ ମଧ୍ୟ ,ଭୁପେନ୍ଦ୍ର ପ୍ରତାପ ୧୮ଟି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଉପରେ କାମ କରୁଥିଲେ । ପୋଲିସ ସିସିଟିଭି ଯାଞ୍ଚ କରିବା ସହ ଅନ୍ୟ ଓକିଲଙ୍କୁ ପଚରାଉଚୁରା କରି ଅଧିକ ତଦନ୍ତ ଚଳାଇଛି ।

Comments (0)
Add Comment