ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, କୁମ୍ବିଂ ଅପରେସନ ବେଳେ ମାଓ ଡମ୍ପ ଠାବ

ଭୁବନେଶ୍ବର : ଫେଲ୍ ମାରିଲା ମାଓ ଯୋଜନା । କୁମ୍ବିଂ ଅପରେସନ ବେଳେ ମାଓ ଡମ୍ପ ଠାବ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଓଁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । କୁମ୍ବିଂ ଅପରେସନ ବେଳେ ଘଞ୍ଚ ଜଙ୍ଗଲ ଭିତରୁ ମାଓ ଡମ୍ପ ଠାବ କଲେ ଯବାନ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଲୁଚାଇ ରଖିଥିବା ଏହି ଡମ୍ପ ଭିତରୁ ୧୪ଟି ଭାର୍ମର ବନ୍ଧୁକ ଓ ୧୪ଟି ଟିଫିନ୍ ବୋମା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ପୁଙ୍ଗାରପାଲ ଥାନା ଅନ୍ତର୍ଗତ କୁଟୁର ଏବଂ ତୁମ୍ରିୱାଲ ଅଞ୍ଚଳରେ ସୁରକ୍ଷା ବାହିନୀର କମ୍ବିଂ ଚାଲିଥିବ ବେଳେ ଏହି ସବୁ ମାଓ ସାମଗ୍ରୀ ଜବତ ହୋଇଛି ।  ମାଓବାଦୀଙ୍କୁ ମୂଳପୋଛ କରିବା ଲାଗି ଛତିଶଗଡରେ DRG ଓ ବସ୍ତରର ଫାଇଟର ବାହିନୀ ପକ୍ଷରୁ ଜୋରଦାର ଅପରେସନ ଜାରି ରହିଛି । ଅନ୍ୟପଟେ ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ୪ ହାର୍ଡକୋର ମାଓବାଦୀଙ୍କ ଆତ୍ମ ସମର୍ପଣ କରିଛନ୍ତି । ସମସ୍ତଙ୍କ ନାଁରେ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ପୋଲିସର ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ଦ୍ଵସି କ୍ୟାଡ଼ରର ୪ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଅନେକ ମାଓବାଦୀ ହିଂସାକାଣ୍ଡ ରେ ଏହି ୪ ମାଓବାଦୀଙ୍କ ସମ୍ପୃକ୍ତ ଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ନାରାୟଣପୁର SP ସୂଚନା ଦେଇଛନ୍ତି ।

A huge success for security guards