ଗୀର୍ଜାରେ ଛୁରୀ ଭୁସି ବ୍ରିଟିଶ ସାଂସଦ ଙ୍କୁ ହତ୍ୟା

ଶୁକ୍ରବାର ଦିନ ଗୀର୍ଜାରେ ଛୁରାମାଡ ହୋଇ ବ୍ରିଟିଶ ‘କଞ୍ଜର୍‌ଭେଟିଭ୍‌ ପାର୍ଟି’ର ସାଂସଦ ଡେଭିଡ୍‌ ଆମେସଙ୍କ ମୃତ୍ୟୁ ହୋଇଛି । ତାଙ୍କ ‘ଇଲେକ୍ଟୋରାଲ୍‌ ଜିଲ୍ଲା’ରେ ଭୋଟର୍‌ଙ୍କୁ ଭେଟୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି ।

ସେ ପୂର୍ବାଞ୍ଚଳ ଇଂଲଣ୍ଡ୍‌ର ସାଉଥ୍‌ ଏଣ୍ଡ୍‌ ଓ୍ଵେଷ୍ଟ୍‍ ଇସେକ୍ସ୍ରା ସାଂସଦ ଭାବେ ପ୍ରତିନିଧିତ୍ୱ କରୁଥିବା ୬୯ ବର୍ଷିୟ ଡେଭିଡ୍‌ ଆମେସ୍‌ଙ୍କୁ ଲି-ଅନ୍‌-ସି ଠାରେ ଥିବା ବେଲ୍‌ଫେୟାର୍ସ A British MP was stabbed to death in a churchମେଥଡିଷ୍ଟ୍‍ ଚର୍ଚରେ ସଭା ଚାଲିଥିବା ଆକ୍ରମଣ କରିଥିଲା ଦୁର୍ବୃତ୍ତ । ଡେଭଡିଙ୍କୁ ଦୁର୍ବୃତ୍ତ ସମସ୍ତଙ୍କ ସାମ୍ନାରେ ବାରମ୍ବାର ଝୁରାମାଡ କରିଥିଲା। ଛୁରାମାଡ଼ ପରେ ତାଙ୍କୁ ତୁରନ୍ତ ଗୀର୍ଜା ମଧ୍ୟରେ ଥିବା ଏମର୍ଜେନ୍ସି ସେବା ଯୋଗାଇ ଦିଆଯିବ ସହ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ଆମେସ୍ । ଖବର ପ୍ରଘଟ ହେବା ପରେ ସଂଗେ ସଂଗେ ପୋଲିସ ଗୀର୍ଜାରେ ଚଢ଼ାଉ କରି ୨୫ ବର୍ଷିୟ ଆତତାୟୀଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ଜବତ କରିଛି ।ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି ବୋଲି ସନ୍ଦେହ ନଥିବା ନିଜେ ପୋଲିସ ସ୍ପଷ୍ଟ କରିଛି ।

ପ୍ରତି ମାସର ପ୍ରଥମ ଓ ତୃତୀୟ ଶୁକ୍ରବାର ଦିନ ଡେଭିଡ୍‌ ନିୟମିତ ଭାବେ ଭୋଟର୍‌ମାନଙ୍କ ସହ ବାର୍ତ୍ତାଳାପ କରୁଥିଲେ । ଆମେସ୍‌ ବିବାହିତ ଓ ତାଙ୍କର ୫ଜଣ ସନ୍ତାନ ସନ୍ତତି ଅଛନ୍ତି । ୧୯୮୩ରେ ସେ ପ୍ରଥମେ ବେସିଲ୍‌ଡନ୍‌ରୁ ପାର୍ଲାମେଣ୍ଟ୍‌କୁ ନିର୍ବାଚିତ ହୋଇଥିଲେ । ପରେ ୧୯୯୭ରେ ସେ ସାଉଥ୍‌ଏଣ୍ଡ୍‌ ଓ୍ଵେଷ୍ଟ୍ରୁ୍ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ । ଏହି ଘଟଣା ସହ ଆତଙ୍କବାଦୀମାନଙ୍କ ସମ୍ପୃକ୍ତି ରହିଛି କି, ନାହିଁ, ତାହା ପୋଲିସ ତଦନ୍ତ କରୁଛି ।
ଆମେସ୍‌ଙ୍କ ମୃତ୍ୟୁ ଖବର ପାଇ ଇଂଲଣ୍ଡ୍‌ ପାର୍ଲାମେଣ୍ଟ୍‌ରେ ଥିବା ସହଯୋଗୀମାନେ ଶୋକବ୍ୟକ୍ତି କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Comments (0)
Add Comment