ଲୁଧିଆନା କୋର୍ଟ ପରିସର ମଧ୍ୟରେ ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ :୨ ଜଣ ମୃତ ଏକାଧିକ ଆହତ

ଆଜି ପଞ୍ଜାବର ଲୁଧିଆନା ଠାରେ ଥିବା କୋର୍ଟପରିସର ମଧ୍ୟରେ ଆଇଡି ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏହି ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।

ସୂଚନା ପାଇବା ପରେ ପୋଲିସ ସେଠାରେ ପହଂଚି ତନାଘନା ଆରମ୍ଭ କରିଛି । କୋର୍ଟ ମଧ୍ୟରେ ୨ୟ ମହଲାରେ ଏହି ଅଗ୍ନିକାଣ୍ଡ ହୋଇଥିଲା Iହେଲେ ବିସ୍ଫୋରଣର କାରଣ ଜଣାପଡି ନାହିଁ । କୁହାଯାଉଛି କି ଏହି ଅଗ୍ନିକାଣ୍ଡ ସମୟରେ ଜିଲ୍ଲା ଅଦାଲତରେ ଏକ ମାମଲାର ଶୁଣାଣି ଚାଲିଥିଲା ।
ସୂଚନାନୁସାରେ ବହୁମାତ୍ରାରେ ବିସ୍ଫୋଟକ ସାମଗ୍ରୀ ର ବିସ୍ଫୋରଣ ଫଳରେ ଏହି ଅଗ୍ନିକାଣ୍ଡ ହୋଇଥିଲା I ସେହି ସମୟରେ କୋର୍ଟ ମଧ୍ୟରେ ଧୂଆଁ ରେ ଭର୍ତି ହୋଇଯିବI ଯୋଗୁଁ ଦଳା ଚକଟା ଆରମ୍ଭ ହୋଇଯାଇଥିଲା । ଏଥିରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହେବI ସାଙ୍ଗକୁ ୪ ଜଣ ଗୁରୁତ୍ତର ଆହତ ହୋଇଛନ୍ତି Iତେବେ ଘଟଣା ସ୍ଥଳରୁ ଆହତ ମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏହି ବିସ୍ଫୋରଣ ସମୟରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ କୋର୍ଟ ପରିସରରେ ଥିବା ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି I ପୋଲିସ ପହଞ୍ଚି ପୁରା କୋର୍ଟ ପରିସରକୁ ଖାଲି କରି ଦେଇଛି । ଏହାହସ ଫାୟାର ବ୍ରିଗେଡ ଗାଡି ବି ପହଂଚିଛି । ତେବେ ଓକିଲ ଙ୍କ ଧର୍ମଘଟ ଯୋଗୁଁ ଅଧିକ ଲୋକ ଭିଡ଼ ନଥିବାରୁ ଅଧିକ ମୃତାହତ ହେଇନାହାନ୍ତି I
ବିସ୍ଫୋରଣ ହେବାର କିଛିସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଲୁଧିଆନା ପହଂଚିଛନ୍ତି । ଅଧିକ ଅନୁସନ୍ଧାନ ପାଇଁ NIA-NSG ଦଳ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି I

Comments (0)
Add Comment